ପାରିବାରିକ କଳହରୁ ମାଆର ନୃଶଂସ ରୂପ, ୬ବର୍ଷର ଶିଶୁକୁ ଅମାନୁଷିକ ମାଡ଼

ପାରିବାରିକ କଳହରୁ ମାଆର ନୃଶଂସ ରୂପ। ୬ବର୍ଷର ଶିଶୁକୁ ଅମାନୁଷିକ ମାଡ଼ ମାରିବା ସହ ଚେଙ୍କ ଦେଇ କଲା ଗୁରୁତର। ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଝିଙ୍କିରି ଗାଁରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି।

ଯାଜପୁର ଟାଉନ : ପାରିବାରିକ କଳହରୁ ମାଆର ନୃଶଂସ ରୂପ। ୬ବର୍ଷର ଶିଶୁକୁ ଅମାନୁଷିକ ମାଡ଼ ମାରିବା ସହ ଚେଙ୍କ ଦେଇ କଲା ଗୁରୁତର। ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନା ଝିଙ୍କିରି ଗାଁରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଜେଜେଙ୍କ ସହ ବସି ୬ବର୍ଷର ଶିଶୁ ଖାଇବା ପରେ ହିତାହିତ ଜ୍ଞାନ ହରାଇ ବସିଥିଲେ ନନ୍ଦିନୀ ଜେନା।

ପୁଅକୁ ଘରେ ପୁରାଇ ନିସ୍ତୁକ ମାଡ଼ ମାରିବା ସହ ଦେହର ୧୪ଟି ଜାଗାରେ ଚେଙ୍କ ଦେଇଥିଲା। ଏହା ଜାଣିବା ପରେ ଶିଶୁର ଜେଜେ କୈଳାସ ଜେନା ଅଳକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଅଳକୁଣ୍ଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଦାଶ ପହଞ୍ଚି ଆହତ ଶିଶୁକୁ ଉଦ୍ଧାର କରିବାସହ ଯାଜପୁର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।

କୈଳାସଙ୍କ ଠାରୁ ତାଙ୍କ ପୁଅବୋହୂ ଅଲଗା ରହୁଛନ୍ତି। ଏହାକୁ ନେଇ ନନ୍ଦିନୀ ରାଗିଯାଇ ନିଜ ଶିଶଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ଜଣାପଡ଼ିଛି। ଶିଶୁ ମଙ୍ଗଳ ସମିତି ପକ୍ଷରୁ ତଦନ୍ତ କରାଯାଇ ଶିଶୁକୁ ନିଜ ଜେଜେଙ୍କ ସହିତ ରହିବା ପାଇଁ ଅନୁମତି ଦିଆଯାଇଛି। ଅନ୍ୟପଟେ ଶିଶୁର ମା ତାଙ୍କ ଶ୍ଵଶୁରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.