୨୦ ବର୍ଷରେ ୮୦ ଲକ୍ଷ ଲୋକ ଦାରିଦ୍ର‌୍ୟ ସୀମାରେଖା ଉପରକୁ ଉଠିଛନ୍ତି , କହିଲେ ମୁଖ୍ୟମନ୍ତ୍ରୀ

ସରକାରଙ୍କ ଜନହିତକାରୀ କାର‌୍ୟ୍ୟ ହିଁ ପୁଣିଥରେ ଆମକୁ କ୍ଷମତାକୁ ଆଣିବ । ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଜଗରନଟ୍-ଓଡିଶା ଅନ ଦ ମୁଭ ପୁସ୍ତକ ଉନ୍ମୋଚନ ସମାରୋହରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାସହ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ନେଇ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟରେ ପୁନଃ ବିଚାର ପାଇଁ ଆବେଦନ କରାଯିବ ବୋଲି ନବୀନ କହିଛନ୍ତି । ଯେଉଁ ଆଦିବାସୀଙ୍କର ଜଙ୍ଗଲ ଜମି ଅଧିକାର ନେଇ ଆବେଦନ ଖାରଜ ହୋଇଛି, ସେମାନଙ୍କୁ ଜଙ୍ଗଲରୁ ହଟାଇବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ।

ରାଜ୍ୟର କେଉଁ ଆଡ଼କୁ ଗତି କରୁଛି, ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା କଣ, ଏ ହାକୁ ନେଇ ପୁସ୍ତକ ଜଗରନଟ୍ ଓଡ଼ିଶା ଅନ ଦ ମୁଭ। ପୁସ୍ତକ ଉନ୍ମୋଚନ ଅବସରରେ ନବୀନ କହିଥିଲେ, ସେ କ୍ଷମତାକୁ ଆସିଲା ବେଳକୁ, ଓଡିଶା ଦାରିଦ୍ର‌୍ୟ ଥିଲା। କୋଡିଏ ବର୍ଷରେ ୮୦ ଲକ୍ଷ ଲୋକ ଗରିବ ରେଖା ଉପରକୁ ଉଠିିଛନ୍ତି। ପୂର୍ବରୁ ଖାଦ୍ୟର ଅଭାବ ଥିଲା, ଏବେ ଓଡିଶା ଖାଦ୍ୟ ରପ୍ତାନୀ ରାଜ୍ୟରେ ପରିଗଣିତ ହୋଇ ପାରିଛି। ସେହିପରି ଓଡିଶାରେ ଭିତ୍ତିଭୂମିର ବିକାଶ ହୋଇଛି। ଭୁବନେଶ୍ୱର ଏବେ ସ୍ପୋର୍ଟସ କ୍ୟାପିଟାଲ ହୋଇପାରିଛି। ସରକାରଙ୍କ ଜନହିତକାରୀ କାର‌୍ୟ୍ୟ ଆମକୁ ପୁଣି ଥରେ କ୍ଷମତାକୁ ଆଣିବ ବୋଲି ନବୀନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କଲେ ଜଗରନଟ୍- ଓଡ଼ିଶା ଅନ ଦ ମୁଭ ପୁସ୍ତକ

ଗତ ୨୦ ବର୍ଷରେ ଓଡିଶାରେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ହୋଇଛି। ଦ ଇଣ୍ଡିୟାନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଜଗରନଟ୍ – ଓଡିଶା ଅନ ଦ ମୁଭ ପୁସ୍ତକ ଉନ୍ମୋଚନ ସମାରୋହରେ ଉପସ୍ଥିତ ଦ ନ୍ୟୁ ଇଣ୍ଡିୟାନ୍ ଏକ୍ସପ୍ରେସର ଗ୍ରୁପ ଏଡିଟର ପ୍ରଭୁ ଚାୱଲା ଏହି କଥା କହିଛନ୍ତି। ପୁସ୍ତକର ଲେଖକ ରବି ଶଙ୍କର କହିଛନ୍ତି, ଏକଦା କଳାହାଣ୍ଡିର ଦାରିଦ୍ର‌୍ୟ ସାରା ବିଶ୍ୱରେ ଚହଳ ପକାଇଥିଲା ଏବେ କଳାହାଣ୍ଡି ଶସ୍ୟ ଶ୍ୟାମଳା। ଏସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ।

ଦ ନ୍ୟୁ ଇଣ୍ଡିୟାନ ଏକ୍ସପ୍ରେସ ପକ୍ଷରୁ ଆାୟୋଜିତ ଏହି ସମାରୋହରେ ଓଡିଶାର ପ୍ରଗତି ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜେଣ୍ଡର ଇସୁ ଓ ଓଡ଼ିଶା ଅନ ଦ ମୁଭ ପ୍ରସଙ୍ଗରେ ହୋଇଥିଲା ଆଲୋଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.