ସାଂସଦ ଅନୁଭବ ମହାନ୍ତିଙ୍କ ପୁଣି ଦୁଇଟି ଭିଡିଓ: କହିଲେ ମୁଁ ଲଢ଼ୁଛି ଲଢ଼ିବି, ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯିବି

କଟକ(କେନ୍ୟୁଜ୍‌): ସାଂସଦ ଅନୁଭବ ମହାନ୍ତିଙ୍କ ପୁଣି ଦୁଇଟି ଭିଡିଓ । ଆଜି କଟକ ଏସଡ଼ିଜେଏମଙ୍କ ଅଦାଲତରେ ପାରିବାରିକ ହିଂସା ମାମଲା ସମେତ ଅନ୍ୟ ଦୁଇଟି ପିଟିସନର ମଧ୍ୟ ଶୁଣାଣି ରହିଛି । ବର୍ଷାଙ୍କୁ ଘରୁ ଉଛେଦ ପାଇଁ ଏକ ପିଟିସନ ସେଥିରେ ରହିଛି । ଏପଟେ ଭିଡିଓରେ ବର୍ଷା ମୋତେ ସୋସିଆଲ ମିଡିଆରେ ଭିଡିଓ କରିବାକୁ ବାଧ୍ୟ କରିଥିବା ଅନୁଭବ କହିଛନ୍ତି । ଗୋଟିଏ ବି ପ୍ରମାଣ ବର୍ଷାଙ୍କ ପାଖରେ ମୋ ବିରୋଧରେ ନାହିଁ ।

ସେହିଭଳି ଗଣମାଧ୍ୟମରେ ପ୍ରକାଶ ନ କରିବା ପାଇଁ ମୁଁ କୋର୍ଟ ଯାଇଥିଲି, ବର୍ଷା ତାର ବିରୋଧ କଲେ । ମାମଲାର ଶୀଘ୍ର ଶୁଣାଣି ଶେଷ ପାଇଁ ମୁଁ ଆବେଦନ କରିଥିଲି । ବର୍ଷା ତାର ମଧ୍ୟ ବିରୋଧ କଲେ । ମୁଁ ଲଢ଼ୁଛି ଲଢ଼ିବି । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯିବି ବୋଲି ଅନୁଭବ କହିଛନ୍ତି । ବର୍ଷା ଡ଼ରିକି ଲୁଚିକି ରୁହନି । ତିନୋଟି ଜିନିଷ ମନେ ରଖ । ମେଡିକାଲ ଟେଷ୍ଟ ଚାଲେଞ୍ଜ, ଫରେନସିକ ଲାରେ ଅଡିଓ ଟେଷ୍ଟର ଚାଲେଞ୍ଜ ଓ ପଲିଗ୍ରାଫ ଟେଷ୍ଟର ଚାଲେଞ୍ଜ । ଏ ତିନୋଟିକୁ ଗ୍ରହଣ କର । ଏଭଳି ଆହ୍ବାନ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.