ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଓଟିଭି ଓ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ କଲେ ଦାବି

ଭୁବନେଶ୍ବର: ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ଚିଠି ଲେଖି ନ୍ୟାୟ ମାଗିଲେ ଚନ୍ଦ୍ରାଣୀ । ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ ନୋଟିସ କରିଛନ୍ତି କେନ୍ଦୁଝର ସାଂସଦ । ଓଟିଭି ଓ ଓଟିଭି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚନ୍ଦ୍ରାଣୀ । ଜନସାଧାରଣଙ୍କୁ ଓଟିଭି ବିଭ୍ରାନ୍ତି କରୁଥିବା ସେ କହିଛନ୍ତି । ଘଟଣାରେ ମୁଁ ସାକ୍ଷୀ ହେବାକୁ ରାଜି ଅଛି । ବାଚସ୍ପତିଙ୍କ ନିକଟରେ ଓ ପ୍ରିଭିଲେଜ୍‌ କମିଟି ପାଖରେ ସମସ୍ତ ତଥ୍ୟ ରଖିବି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଚନ୍ଦ୍ରାଣୀ । ଏ ସମ୍ପର୍କୀତ ଭିଡ଼ିଓ ବାର୍ତ୍ତା ଲୋକସଭା ସେକ୍ରେଟାରୀଙ୍କୁ ଦେଇଛି ।

ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚନ୍ଦ୍ରାଣୀ । ଓଟିଭି ରିପୋର୍ଟର ଫଟୋ ମର୍ଫ କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ସହ ତାକୁ ଭାଇରାଲ କରି ତାଙ୍କୁ ବଦନାମ କରିବା ଓ ମାନସିକ ନିର୍ଯାତନା ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଘଟଣାରେ ଓଟିଭର ଜଣେ ଜୁନିଅର ରିପୋର୍ଟରକୁ ଗିରଫ କରିବା ଘଟଣା କଣ ଓଟିଭି ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ କି ? ଚନ୍ଦ୍ରାଣୀ କହିଛନ୍ତି ଯେ, ଜଣେ ସର୍ବ କନିଷ୍ଠ ସାଂସଦ ତଥା ଆଦିବାସୀ ମହିଳା ନ୍ୟାୟ ପାଇଁ କାନ୍ଦୁଛି । କିନ୍ତୁ ଓଟିଭି, ମିଡିଆରେ ଥିବା ନିଜର ସମ୍ପର୍କ ବ୍ୟବହାର କରି ଏ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଚାହୁଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.