ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୨ ମୃତ

ଉମରକୋଟ: ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୨ ମୃତ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଅଟୋ ଓଲଟି ପଡିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ।

ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୧୦ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଅଟୋରେ ୭ ଜଣ ଶିଶୁ ଥିବା ଜଣାପଡିଛି । ଝରିଗାଁ ବ୍ଳକ୍‌ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପଡା ଗାଁର ୨୨ ଜଣ ଯାତ୍ରୀଙ୍କୁ ଧରି ଏକ ଅଟୋ ଚନ୍ଦାହାଣ୍ଡି ବ୍ଳକ୍‌ କରାଡଙ୍ଗରି ଗାଁର ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ସମସ୍ତ ଗୁରୁତରଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.