ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି ସୁନାକୁ କିଣିଥିବା ଅଭିଯୋଗରେ ଶ୍ରବଣ ରଣାଙ୍କୁ ମଧ୍ୟ ଗିରଫ କରାଯାଇଛି ।

ବରଗଡ଼(କେଜ୍ୟୁଜ୍‌) : ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି ସୁନାକୁ କିଣିଥିବା ଅଭିଯୋଗରେ ଶ୍ରବଣ ରଣାଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଗତ ୧୮ ତାରିଖ ଆଖିଫୁଟା ଗାଁରେ ବନ୍ଦ ଘରୁ ଟଙ୍କଧର ସାହୁ ଓ ତାଙ୍କ ଦୁଇ ପତ୍ନୀ ଦ୍ରୌପଦୀ ସାହୁ ଏବଂ ମାଧବୀ ସାହୁଙ୍କ ମୃତଦେହ ଉଦ୍ଧାର କରିଥିଲା ଭେଡେନ ଥାନା ପୋଲିସ । ପୋଷ୍ୟପୁତ୍ର ଭାବେ ଗ୍ରହଣ ନ କରିବାରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ଆକ୍ରାଶମୂଳକ ଭାବେ ଏହି ହତ୍ୟାକାଣ୍ଡ କରିଛି ।

ଟଙ୍କଧର ସାହୁଙ୍କ ସାତ ଏକର ଜମି ସହ ଘର ବାଡ଼ି ଥିଲା । ତାଙ୍କର କୌଣସି ସନ୍ତାନ ନଥିବାରୁ ବାସୁଦେବକୁ ସେ ପୁଅ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବାସୁଦେବ ନିଶାସକ୍ତ ଯୋଗୁଁ ଟଙ୍କଧର ସାହୁ ତାକୁ ପୁଅ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲା । ଫଳରେ ରାତିରେ ଶୋଇଥିବା ବେଳେ ଟଙ୍କଧର ଓ ତାଙ୍କ ଦୁଇ ପତ୍ନୀଙ୍କୁ ବାସୁଦେବ ହତ୍ୟା କରିଥିଲା । ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନା ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.