ଅନଲିମିଟେଡ 5G ଡାଟାରେ ଲାଗିବ ରୋକ୍
ମୋବାଇଲ ୟୁଜର୍ସଙ୍କୁ ଲାଗିବ ଝଟକା, ସ୍ଲୋ ହେବ ଇଣ୍ଟରନେଟ ସ୍ପିଡ଼, ଅନଲିମିଟେଡ ୫ଜି ଡାଟାରେ TRAI ଲଗାଇବ ରୋକ୍
ଅନଲିମିଟେଡ ୫ଜି ଡାଟାର ମଜା ଉଠାଉଥିବା ଗ୍ରାହକଙ୍କୁ ଲାଗିବ ଶକ୍ତ ଝଟକା। ମିଡ଼ିଆ ରିପୋର୍ଟ ଅନୁସାରେ ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ ମାନେ TRAI ରିଲାଏନ୍ସ ଜିଓ ଓ ଏୟାରଟେଲର ପ୍ଳାନରେ ଅନଲିମିଟେଡ ୫ଜି ଡାଟା ଅଫର କରିବାରେ ରୋକ ଲଗାଇଛି। ଟ୍ରାଇ ର ଏହି ଆକ୍ସନ ଭୋଡ଼ାଫୋନ ଆଇଡ଼ିଆ ର ଅଭିଯୋଗ ପରେ ନିଆଯାଇଛି। ଅଭିଯୋଗରେ କୁହାଯାଇଥିଲା ଯେ ଜିଓ ଓ ଏୟାରଟେଲ ଶସ୍ତା ଅନଲିମିଟେଡ ୫ଜି ପ୍ଲାନ ରେ ଭୋଡ଼ାଫୋନ ଆଇଡ଼ିଆ ପାଇଁ ମାର୍କେଟରେ ସମସ୍ୟା ସୃଷ୍ଟି କରିଛି।
ଭୋଡ଼ାଫୋନ ଓ ଆଇଡ଼ିଆ ର ଆରୋପ ଥିଲା ଯେ ଜିଓ ଓ ଏୟାରଟେଲ ମାର୍କେଟରେ ଭଲ ସ୍ଥିତିରେ ରହିଛି। ଭୋଡ଼ାର କହିବା ଅନୁଯାୟୀ ପ୍ରତିଟି ସର୍କଲରେ ଏହି କମ୍ପାନୀର ମାର୍କେଟ ସେୟାର ୩୦% ରୁ ଅଧିକ ରହିଛି। ଏହାର ୫ଜି ତାରିଫରେ ମଧ୍ୟ କିଛି ଫରକ ଆସିନାହିଁ। ତାହା ମଧ୍ୟ ଗ୍ରାହକଙ୍କୁ ପସନ୍ଦ ଆସୁଛି।ଯାହା କାରଣର ୁ ଭୋଡ଼ାଫୋନ ଆଇଡ଼ିଆ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏବେ ଏହି କମ୍ପାନୀ ୫ଜି ଆରମ୍ଭ କରିନାହାନ୍ତି ତେବେ ବି କମ୍ପାନୀ ୫ଜି ରେଡ଼ି ସିମ କାର୍ଡ ଅଫର କରୁଛି। ଅନ୍ୟ ପକ୍ଷରେ ଜିଓ ଓ ଏୟାରଟେଲ ନିଜ ୪ଜି ପ୍ୟାକରେ ୫ଜି ସର୍ଭିସ ଦେବାର ସୁବିଧା ଆରମ୍ଭ କରିଛି।
ମାମଲାର ଯାଞ୍ଚ କରି ଟ୍ରାଇ ତରଫରୁ କୁହାଯାଇଛି ଯେ ଏୟାରଟେଲ ଓ ଜିଓ ର ତାରିଫ କମ ନାହିଁ ତେଣୁ ଏହାକୁ ପ୍ରିଡେଟରୀ କୁହାଯିବ ନାହି:। ୪ଜି ରେଟରେ ୫ଜି ସର୍ଭିସ ଅଫର କରିବା ପାଇଁ ମଧ୍ୟ ପ୍ରିଡେଟରୀ କୁହାଯିବ ନାହିଁ। ଟ୍ରାଇ ର କହିବା ଅନୁସାରେ କୌଣସି ବି ପ୍ଳାନରେ ଅନଲିମିଟେଡ ଡାଟା ଅଫର କରିବା FUP ମାନେ ଫେୟାର ୟୁସେଜ ପଲିସି ର ବିରୁଦ୍ଧରେ ଅଛି ଏବଂ ଏୟାରଟେଲ ଓ ଜିଓ କୁ ଏଭଳି କରିବା ପାଇଁ ବନ୍ଦ କରିବାକୁ କୁହାଯାଇଛି।
ଯଦି ଟ୍ରାଇ ଏହାକୁ ନେଇ ନୂଆ ନିଷ୍ପତ୍ତି ନେଉଛି ତେବେ ଜିଓ ଓ ଏୟାରଟଲ ନିଜ ୪ଜି ଡାଟା ପ୍ଲାନ ରେଟରେ ଲାଗୁ ରଖିପାରିବେ। କିନ୍ତୁ ଡାଟା ଲିମିଟ ଶେଷ ହେବା ପରେ ତାଙ୍କୁ ନେକ୍ସଟ ସାଇକିଲ ପାଇଁ ଇଣ୍ଟରନେଟ ସ୍ପିଡ଼ କୁ କମ କରିବାକୁ ହେବ। ସୂଚନା ଅନୁସାରେ ଏବେ ଟେଲିକମ ଅପରେଟର୍ସ କୁ ଡାଟା ଲିମିଟ ଶେଷ ହେବା ପରେ ମିଳୁ ଥିବା ଇଣ୍ଟରନେଟ ସ୍ପିଡ଼ ର ତଥ୍ୟ ପ୍ୟାକ ସହିତ ଦିଆଯିବ। ଏହାସହିତ କମ୍ପାନୀ କୁ ଡାଟା ୟୁସେଜର ୫୦,୯୦ ଓ ୧୦୦ % ହେବା ପରେ ୟୁଜର୍ସଙ୍କୁ ଆଲର୍ଟ କରିବା ପାଇଁ ମେସେଜ ଦିଆଯିବ।