ଗୋପାଳକୃଷ୍ଣ ଦାସଙ୍କ ନାଁରେ ହତ୍ୟା ମାମଲା ରୁଜୁ, ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ କହିଲେ ଆଇଆଇସି

ଝାରସୁଗୁଡ଼ା (କେନ୍ୟୁଜ) : ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ଥାନାରେ ଏତଲା । ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଏନେଇ ଏତଲା ଦେଇଛନ୍ତି ବ୍ରଜରାଜନଗର ଆଇଆଇସି । ଏଫାଇଆରରେ ଉଲ୍ଲେଖ ରହିଛି, ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ଏଏସଆଇ ଗୋପାଳକୃଷ୍ଣ ଦାସ ।

ଏତଲା ଅନୁସାରେ କାଲି ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ସଂପୃକ୍ତ ଏଏସଆଇ ଟ୍ରାଫିକ୍‌ କ୍ଲିଅରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ତାଙ୍କ ନିକଟକୁ ଯାଇଥିଲେ ଗୋପାଳ । ନିଜ ସର୍ଭିସ ରିଭଲଭରରୁ ଅତି ନିକଟରୁ ଫାୟାରିଂ କରିଥିଲେ । ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦ୍ୟେଶରେ ଅତି ପାଖରୁ ଗୁଳି କରିଥିଲେ । ଅଭିଯୁକ୍ତ ଗୋପାଳକୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଘଟଣାର ତଦନ୍ତକୁ କରୁଛି କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.