ଅସ୍ତରଙ୍ଗ ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ଜଲବା, ଅଶ୍ଳୀଳ ନୃତ୍ୟକୁ ପସନ୍ଦ କଲେନି ଯାତ୍ରା କଳାକାର

କାକଟପୁର(କେନ୍ୟୁଜ୍‌): ଓଡିଆ ଯାତ୍ରା ଲୋକମାନଙ୍କ ମନୋରଂଜନର ଏକ ମାଧ୍ୟମ । ଯାତ୍ରାପେଣ୍ଡାଲରେ କଳାକାରମାନଙ୍କ ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖିଥାଏ | କିନ୍ତୁ ବିଗତ କିଛିଦିନ ହେବ ଏହି ଯାତ୍ରା ମଞ୍ଚରେ ବିଭିନ୍ନ ଆଇଟମ ଗାର୍ଲମାନଙ୍କ ବୋଲ୍ଡ ନୃତ୍ୟ (ଜଲବା) ଯୁବପିଢିମାନଙ୍କ ପାଇଁ ଏକ ଭିନ୍ନ ଧରଣର ମନୋରଂଜନର ମାଧ୍ୟମ ପାଲଟିଛି |

ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଟମ ଡାନ୍ସର୍‌ ନିଶା ମହାରଣାଙ୍କ ବୋଲ୍ଡ ଅନ୍ଦାଜ ତାଙ୍କୁ ଚର୍ଚ୍ଚିତ କରି ରଖିଛି | ଅସ୍ତରଙ୍ଗ ଅଞ୍ଚଳରେ ଏକ ଯାତ୍ରା ପେଣ୍ଡାଲରେ ନିଶା ମହାରଣାଙ୍କ ବୋଲ୍ଡ ଅନ୍ଦାଜ ସହ ଆଇଟମ ଡାନ୍ସ ଯୁବପିଢିମାନଙ୍କର ବେଶ ପସନ୍ଦ ଆସିଛି |

ନିଜର ବୋଲ୍ଡ ଅନ୍ଦାଜ କୁ ନେଇ ନିଶା ଖୁସି ରହିଥିବା ବେଳେ ଓଡ଼ିଶାର ସଲିନୀୟୋନି ଭାବରେ ଦର୍ଶକ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ନିଶା କହିଛନ୍ତି | କିନ୍ତୁ ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ କେତେକ ଯାତ୍ରା କଳାକାର ନାପସନ୍ଦ କରିଛନ୍ତି । ତେବେ ଦର୍ଶକଙ୍କ ପସନ୍ଦ ଏଭଳି ଆଇଟମ ଡାନ୍ସ କୁ ପ୍ରୋଶ୍ଚାହିତ କରୁଥିବା ସେମାନେ ମତ ରଖିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.