ଘୋଷଣା ହୋଇନି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ତାରିଖ, କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଆଜି ଲଇକେରା ବ୍ଲକର ଭୀମଜୋର, ସୁଲେହି, ସାରଙ୍ଗଲୋଇରେ ଜନସମାବେଶରେ ଯୋଗ ଦେଇଥିଲେ। ଆମ ପରିବାର ବାପାଙ୍କ ଲିଗାସୀକୁ ଆଗେଇ ନେବେ ବୋଲି କହିଛନ୍ତି ଦୀପାଳି । ନବ ଦାସ ନୂତନ ନିର୍ମାଣରେ ହାର୍ଟ ହସ୍‌ପିଟାଲ, କ୍ୟାନସର ହସପିଟାଲ, ଓଭର ବି୍ରଜ ଆଦିର ସ୍ୱପ୍ନ ଦେଖିଥିଲେ ।

କେନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଏଯାଏ ଘୋଷଣା ହୋଇନାହିଁ । କିନ୍ତୁ ରାଜନୈତିକ ଉଷ୍ଣତା ବଢ଼ିବାଲେ ଲାଗିଲାଣି । କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି ବିଜେଡି ଓ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ । ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଦୀପାଳି ଦାସ ବାପା ନବ ଦାସଙ୍କ ଲିଗାସୀ ଆଗକୁ ବଢ଼ାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଝାରସୁଗୁଡ଼ାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଆଜି ଲଇକେରା ବ୍ଲକର ଭୀମଜୋର, ସୁଲେହି, ସାରଙ୍ଗଲୋଇରେ ଜନସମାବେଶରେ ଯୋଗ ଦେଇଥିଲେ। ଆମ ପରିବାର ବାପାଙ୍କ ଲିଗାସୀକୁ ଆଗେଇ ନେବେ ବୋଲି କହିଛନ୍ତି ଦୀପାଳି ।

ନବ ଦାସ ନୂତନ ନିର୍ମାଣରେ ହାର୍ଟ ହସ୍‌ପିଟାଲ, କ୍ୟାନସର ହସପିଟାଲ, ଓଭର ବି୍ରଜ ଆଦିର ସ୍ୱପ୍ନ ଦେଖିଥିଲେ । ତାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବୁ ବୋଲି କହିଛନ୍ତି ଦୀପାଳି। ବାପାଙ୍କ ପ୍ରତି ଝାରସୁଗଡ଼ା ବାସୀଙ୍କ ସ୍ନେହ ଓ ଶ୍ରଦ୍ଧାକୁ ଦେଖି ଭାଉଜ ପ୍ରଶଂସା କରିଛନ୍ତି ବୋଲି କହିଛନ୍ତି। ଲୋକଙ୍କ ଅକୁଣ୍ଠ ସ୍ନେହ ପାଇଁ ଝାରସୁଗଡ଼ା ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଶାଲ। ଉପନିର୍ବାଚନରେ ଟିକେଟ ପ୍ରସଙ୍ଗରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାକୁ ସ୍ୱାଗତ କରିବୁ ବୋଲି କହିଛନ୍ତି।

 

Leave A Reply

Your email address will not be published.