ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବତା, ଆଜି ବୁଲିବ ଠେକରାବାଡ: ଆସନ୍ତାକାଲି ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ

ପୁରୀ(କେନ୍ୟୁଜ):ଆସନ୍ତାକାଲି ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ। ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଏବଂ ସାହାଣମେଲା ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ। ନୀତି ନିର୍ଘଣ୍ଟ ମୁତାବକ ଭୋର ୬ଟାରୁ ଚକା ଅପସର ହେବ। ଏହାପରେ ମଙ୍ଗଳଆଳତି ବଢି ମଇଲମ, ଅବକାଶ ଦଶ ଅବତାର ଦିଅଁଙ୍କୁ ବାହୁଡା ବିଜେ ହୋଇ ଅନବସର ପଟି ଖୋଲିବ। ଏହାପରେ ନବଯୌବନରେ ଭକ୍ତ ଦର୍ଶନ କରିବେ। ପ୍ରଥମେ ପରିମାଣିକ ଦର୍ଶନ ଶେଷ କରାଯିବ। ସକାଳ ୮ଟାରୁ ୧ ଘଣ୍ଟା ପାଇଁ ପରିମାଣିକ ଦର୍ଶନ ଚାଲିବ। ଏହାପରେ ସର୍ବସାଧାରଣଙ୍କ ପାଇଁ ସାହାଣମେଳା ୧ ଘଣ୍ଟା ଧରି ଚାଲିବ। ଜଗମୋହନ ସ୍ଥିତ ଭିତରୁ କାଠରୁ ଉଭୟ ଦର୍ଶନର ସୁଯୋଗ ପାଇବେ। ଏହାପରେ ବାହାର କାଠରୁ ଭକ୍ତମାନେ ଦର୍ଶନ କରିବାକୁ ବ୍ୟବସ୍ଥା ହୋଇଛି।

ଦଇତାପତି ପ୍ରଭୁଙ୍କ ସର୍ବାଙ୍ଗ ଓ ବନ୍ଦାପନା ବଢାଇବା ପରେ ନେତ୍ରୋତ୍ସବ ବିଧି ପାଳନ ହେବ। ଦିନ ୧୨ଟାରେ ପ୍ରଭୁଙ୍କ ନେତ୍ରୋତ୍ସବ ପାଇଁ ସମୟ ଧାର୍ଯ୍ୟ ହୋଇଛି। ୧୫ ଦିନ ପରେ ଭକ୍ତମାନେ ନବଯୌବନ ରୂପରେ ଦାରୁବ୍ରହ୍ମ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ଏଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ। ଠାକୁରଙ୍କ ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ସେପଟେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି । ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବତା । ଆଜି ବୁଲିବ ଠେକରାବାଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.