ନୟାଗଡ଼ : ଟିଟୋର ସହଯୋଗୀ ବଟୁର ସାନ ଭାଇ ନଟ ପାଣି ଗିରଫ

ନୟାଗଡ଼ (କେନ୍ଯୁଜ୍) : ଟିଟୋର ସହଯୋଗୀ ବଟୁର ସାନ ଭାଇ ନଟ ପାଣି ଗିରଫ । ନଟକୁ ନୟାଗଡ଼ରୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଗତକାଲି ତାଙ୍କୁ ନେଇ ପଚରାଉଚରା କରିବା ପରେ ଗିରଫ କରାଯାଇଛି ।
ଏହା ସହ ଦୁଇଟି ଟ୍ରକ୍ ଜବତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଗୋ ଚାଲାଣରେ ବ୍ୟବହାର ହେଉଥିବା ଏହି ଟ୍ରକ୍କୁ ନୟାଗଡ଼ରୁ ଜବତ କରାଯାଇଛି । ଏହି ଟ୍ରକ୍ ଜରିଆରେ ବୌଦ୍ଧ ଅଞ୍ଚଳରୁ ଗୋରୁ ଅଣାଯାଇ ବାଂଲାଦେଶକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି