ମିସେସ ଓ୍ଵାର୍ଲ୍ଡ ନ୍ୟାସନାଲ କଷ୍ଟ୍ୟୁମ୍ସ ଆଓ୍ଵାର୍ଡ ପାଇଲେ ସୁନ୍ଦରଗଡ଼ର ନବଦୀପ

ରାଉରକେଲା (କେନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲାର କାଂଶବାହାଲ ଅଞ୍ଚଳରେ ରହୁଥିବା କମଲଦୀପଙ୍କ ପତ୍ନୀ ନବଦୀପ କୌର ମିସେସ ଓ୍ଵାର୍ଲ୍ଡ ନ୍ଯାସନାଲ କଷ୍ଟ୍ୟୁମ୍ସ ଆଓ୍ଵାର୍ଡ ବିଜୟିନୀ ହୋଇଛନ୍ତି ।
ଆମେରିକାର େଓ୍ଵଷ୍ଟ ଗେଟ୍ ଲାସଭେଗାସ ରିସୋର୍ଟ ଆଣ୍ଡ କାସିନୋରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଏଥିରେ କୁଣ୍ଡଳୀନୀ ଚକ୍ର ସଦୃଶ ପୋଷାକ ପିନ୍ଧିି ମିସେସ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀଙ୍କୁ ପ୍ରଭାବିତ କରିଥିଲେ ନବଦୀପ।
ନବଦୀପଙ୍କ ଡ୍ରେସ୍ ଡିଜାଇନ୍ କରାଯାଇଥିଲା ଇଣ୍ଡୋନେସିଆର ଏଗି ଜସମିନଙ୍କ ପକ୍ଷରୁ । ଗତବର୍ଷ ଜାନୁଆରୀ ୨୧ରେ ମିସେସ ଇଣ୍ଡିଆ ବିଜୟିନୀ ହୋଇଥିବା ନବଦୀପ କୌର ଚଳିତ ଜାନୁଆରୀରେ ମିସେସ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ତା ସହିତ ଏଭଳି ଏକ ସମ୍ମାନ ଦେଶ ଓ ରାଜ୍ୟ ପାଇଁ ଆଣିଛନ୍ତି । ସ୍ୱାମୀ କମଲଦୀପ ଓ ସାତ ବର୍ଷର ଝିଅକୁ ନେଇ ନବଦୀପଙ୍କ ପରିବାର ।