Below header

ମାତୃ ହନ୍ତା, ଟଙ୍କା ନଦେବାରୁ ମାଆକୁ ପିଟି ପିଟି ହତ୍ୟା କଲା ପୁଅ

ଭୁବନେଶ୍ୱର(କେନ୍ୟୁଜ) : ମାତୃ ହନ୍ତା ପୁଅ । ଟଙ୍କା ନଦେବାରୁ ମାଆକୁ ପିଟି ପିଟି ହତ୍ୟା କଲା ପୁଅ । ହତ୍ୟା ପରେ ଘର ଭିତରେ ନିଆଁ ଲଗାଇ ଦେଲା । ଭୁବନେଶ୍ୱରରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ବଡ଼ଗଡ଼ ଥାନା ଅନ୍ତର୍ଗତ କଳିଙ୍ଗ ବସ୍ତିରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ପୁଅ ପ୍ରଶାନ୍ତ ଜେନାକୁ ଗିରଫ କରିଛି ପୋଲିସ ।

ଘଟଣାସ୍ଥଳରୁ ଉଦ୍ଧାର ହୋଇଛି ଦରପୋଡ଼ା ମୃତଦେହ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ ଜାରି ରଖିଛନ୍ତି । ମାଆଙ୍କୁ ଧମକାଇ ଟଙ୍କା ମାଗୁଥିଲା ପ୍ରଶାନ୍ତ । ଏହାକୁ ନେଇ ବଚସା ହୋଇଥିଲା । ଟଙ୍କା ନଦେବାରୁ ଉତ୍ୟକ୍ତ ହୋଇ ଏକ ଲୁହା ରଡରେ ମାଆଙ୍କୁ ପିଟି ପିଟି ହତ୍ୟା କରିଥିଲା ପ୍ରଶାନ୍ତ । ଏହାପରେ ଘର ଭିତରେ ନିଆଁ ଲଗାଇ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.