ଜ୍ବାଳମୁଖୀ ବିସ୍ଫୋରଣରୁ ଭୟଙ୍କର ସୁନାମୀ, କମ୍ପିଲା, ଥରିଲା, ବୁଡିଲା

ପ୍ରତି ସେକେଣ୍ଡରେ ଏବେ ବଦଳୁଛି ଜଳବାୟୁ । ଯାହାର ପ୍ରଭାବ ଏବେ ବାୟୁମଣ୍ଡଳରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି । ପୂରା ବିଶ୍ବ ଏବେ ମହାମାରୀ ସହ ଜୁଝୁ ଥିବା ବେଳେ ଏବେ ଏବେ ଶୁଣିବାକୁ ମିଳୁଛି ଆଉ ଏକ ଘଟଣା । ଏକ ଜ୍ବାଳାମୁଖୀର ଜ୍ବାଳାର ସାଂଘାତିକ ଚିତ୍ର ସାମନାକୁ ଆସିଛି । ଯଦିଓ ଏଭଳି ଘଟଣା ବାରମ୍ବାର ଘଟୁଛି କିନ୍ତୁ ଏସବୁ ହେଉଛି ବିଶ୍ବ ପାଇଁ ଗୋଟେ ଗୋଟେ ସତର୍କ ଘଣ୍ଟି ।

ନ୍ୟୁଜିଲ୍ୟାଣ୍ଡ ପାର୍ଶ୍ୟବର୍ତ୍ତୀ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏକ ଜ୍ବାଳାମୁଖୀ ବିସ୍ପୋରଣ ହୋଇଛି ଯାହାଦ୍ବାରା ପୃଥିବୀର ଚତୁର୍ଦିଗରେ ଏଭଳି କିଛି ଏକ ପରିସ୍ଥତି ଉପୁଜିଥିଲା । ଯାହାକୁ ଶୁଣିଲେ ଆପଣ ପ୍ରଥମେ ଅବାକ ହୋଇଯିବେ । ଭୟରେ ଥରି ଉଠିବେ । ଏହି ଜ୍ବାଳାମୁଖୀ ଆରମ୍ଭ ହୋଇ ଆଫ୍ରିକା ଯାଏଁ ଯିବା ସହ ପୁଣିଥରେ ସେହି ସ୍ଥାନକୁ ଫେରି ଆସିଥିଲା । ଯେମିତି ପୋଖରୀରେ ଯଦି କିଛି ଫୋପଡାଯାଏ ତା ଦ୍ବାରା ଯେଭଳି ତରଙ୍ଗ ଚାରିଆଡକୁ ମାଡିଯାଏ ସେହିଭଳି ଚିତ୍ର କିନ୍ତୁ ଏହାର ରୂପ ଅତ୍ୟନ୍ତ ଭୟଭୀତ କଲାଭଳି । ଏହି ଜ୍ବାଳାମୁଖୀର ନାମ ଟୋଙ୍ଗା ଦିଆଯାଇଛି ।

ଏହି ବିସ୍ପୋରଣର ଶବ୍ଦ ୨୩୦୦କିଲୋମିଟର ଯାଏ ଶୁଣା ଯାଇଥିଲା । ଅର୍ଥାତ ଦିଲ୍ଲୀରୁ ଚେନ୍ନାଇର ଦୂରତା ଯାଏଁ । ଖାଲି ସେତିକି ନୁହେଁ ୪ଫୁଟ ଉଚ୍ଚ ସୁନାମୀର ଭୟଙ୍କର ରୂପ ମଧ୍ୟ ସାମନାକୁ ଆସିଥିଲା । ଯାହାର କ୍ଷତି ଅତ୍ୟନ୍ତ ଦୁଖଦାୟକ । ଜ୍ବାଳାମୁଖୀ ପରେ ୨୨କିଲୋମିଟର ୟାଏଁ କିଛି ବି ଦୃଶ୍ୟମାନ ହୋଇନଥିଲା । ଏକ ଏଭଳି ପରିବେଶ ଯାହାକୁ ଦେଖିଲେ କେହି ବି ବୟାନ କରିବା ମୁସ୍କିଲ ହୋଇପଡିବ । ସୁନାମି ୨୫୦ କିଲୋମିଟର ଯାଏ ତାର ତାଣ୍ଡବ ରଚିଛି ।ଏକ୍ସପର୍ଟଙ୍କ କହିବା କଥା କି ଟୋଙ୍ଗା ଜ୍ବାଳାମୁଖୀ ୨୦୧୪ରେ ମଧ୍ୟ ଆସିଥିଲା । ଏଥର ଏହାର ତେଜ ପାଖାପାଖି ୧୦୦୦ ଡିଗ୍ରୀ ରହିଥିଲା । ଏବଂଯମିତି ଏହା ୨୦ ଡିଗ୍ରୀ ସମୁଦ୍ର ପାଣିରେ ମିଶିଲା ଏହା ସଂଗେ ସଂଗେ ବିସ୍ପୋରଣ ହୋଇଥିଲା ।

ସମୁଦ୍ର ମଧ୍ୟରେ ଏଭଳି ଚିତ୍ର ଯାହା ସବୁଠୁ ଚମକାଇଦେବା ଭଳି ଏ ସମସ୍ତ ଦୃଶ୍ୟ ଅନ୍ତରୀକ୍ଷରେ ଥିବା ସାଟେଲାଇଟରେ କଏଦ ହୋଇଛି । କିନ୍ତୁ ବଡ କଥା ସମୁଦ୍ର ମଧ୍ୟରେ ହିଁ ଜ୍ବାଳାମୁଖୀ ମିଶିଯାଇଥିଲା । ଏହି ଜ୍ବାଳାମୁଖୀ ଖାଲି ସମୁଦ୍ର କି ସ୍ଛଳପଥର ନୁହେଁ ବାୟୁମଣ୍ଡଳରେ ମଧ୍ୟ ଏହାର ବ୍ୟାପକତା ରହିଥିଲା ବର୍ତ୍ତମାନ ଏହା ସମପର୍କରେ ଯଦିଓ ବହୁତ କିଛି କୁହାଯାଇପାରୁନି କିନ୍ତୁ ଏହା ବେଶ ଭୟାନକ ଥିଲା ଓ ବାୟୁମଣ୍ଡଳ ପାଇଁ ବି ଖତରନାକ ସାବ୍ୟସ୍ତ ହୋଇପାରେ ଏଥିରେ ସନ୍ଦେହ ନାହିଁ ବୋଲି କୁହାଯାଇଛି ।

ହଙ୍ଗା ଟୋଙ୍ଗା ହୁଙ୍ଗା ହାପାଇ ଦ୍ବୀପର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ୧୭୦ ଦ୍ବୀପ ରହିଛି । ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ଦ୍ବୀପର ଏକ ସାମ୍ରାଜ୍ୟ ରହିଛି । ଏହି ବିସ୍ପୋରଣ ହେତୁ ଟୋଙ୍ଗା ରାଜଧାନୀ ନୁକୁଆଲୋଫାରେ ୪ଫିଟ ଉଚ୍ଚର ସୁନାମୀ ଆସିଥିଲା । ଯାହା ଏହି ଜ୍ବାଳାମୁଖ୍ୀରୁ ପାଖାପାଖ୍‌ୀ୬୫କିଲୋମିଟର ଅଟେ । ସେଠାରେ ଚାିଆଡେ ମାଟିର ପରସ୍ତ ଜମି ଯିବା ସହ ଅନେକ କ୍ଷୟକ୍ଷତି ହୋଇଛି । ତେଲ ବୋଟ ଲେଉଟି ପଡିବା ସହ ଇଣ୍ଟରନେଟ ବିଜୁଳି ବିଛିନ୍ନ ହୋଇଥିଲା ।

ଏହି ବିସ୍ପୋରଣ ୧୫ଜାନୁଆରୀ ୨୦୨୨ରେ ହୋଇଛି । ଏହା ପୂର୍ବରୁ ୧୩ ଜାନୁଆରୀ ୨୦୨୨ ଏବଂ ୨୦ ଡିସେମ୍ବର ୨୦୨୧ରେ ବିସ୍ପୋରଣ ହୋଇଥିଲା । ସେସବୁ ଫଟୋ ମଧ୍ୟ କଏଦ ହୋଇଥିଲା । ଏହି ବିସ୍ପୋରଣ ପୂର୍ବ ବିସ୍ପରୋଣ ଠାରୁ ୭ଗୁଣା ଥିଲା । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ବୈଜ୍ଞାନିକ ଏହା ଉପରେ ଅଧୟନ କରୁଛନ୍ତି । ମିଲିଟ୍ରି ସର୍ବିଲାନ୍ସ ମଧ୍ୟ ନଜର ରଖିଛି । ଲୋକଙ୍କୁ ଖାଦ୍ୟ ପାନୀୟ ଓଷଧ ବଣ୍ଟା ଯାଉଥିବା କହିଛନ୍ତି । କାରଣଟୋଙ୍ଗାରେ ପାଣିର ସମସ୍ୟା ଏବେ ସବୁଠୁ ଅଧିକ । ସବୁଠୁ ଭଲ ଖବର ଏଇଆ ଯେ ଏହା କାରଣରୁ କାହାର ମୃତ୍ୟୁ ହୋଇନାହିଁ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.