ମୁମ୍ବାଇ ନାଭାଲ ଡକିୟାର୍ଡରେ ଅଘଟଣ, ୩ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ, ୧୧ ଆହତ

ମୁମ୍ବାଇ : ମୁମ୍ବାଇ ନାଭାଲ ଡକିୟାର୍ଡରେ ଘଟିଛି ଅଘଟଣ । ଏଥିରେ ବିସ୍ଫୋରଣ ଘଟି ୩ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଓ ୧୧ ଜଣ ଆହତ ହୋଇଛନ୍ତି । ଆଇଏନ୍ଏସ୍ ରଣବୀରର ଏକ ଭିତର କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି।
ତେବେ ଜାହାଜର କ୍ରୀୟୁ ସଦସ୍ୟ ତୁରନ୍ତ ନିୟନ୍ତ୍ରଣ କରିନେଇଛନ୍ତି । କୌଣସି ବଡ ଧରଣର କ୍ଷତି ହୋଇ ନଥିବା ସୂଚନା ରହିଛି । ତେବେ କାହିଁକି ବିସ୍ଫୋରଣ ହୋଇଛି କିଛି ସ୍ପଷ୍ଟ ହୋଇ ନାହିଁ । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।