ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୪ବର୍ଷର କୁନି ଫ୍ୟାନ୍‌, ଦେଖନ୍ତୁ କଅଁଳିଆ କଣ୍ଠରେ କେମିତି କରୁଛନ୍ତି ଜୟଗାନ

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ନବୀନଙ୍କ କୁନି ଫ୍ୟାନ୍‌ । ସାରା ରାଜ୍ୟରେ ବଢୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ତେବେ ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌର ପରିଷଦ ପୋଖରିଆପଡାର ୪ବର୍ଷର କୁନି ଝିଅ ମିଷ୍ଟି ।

କଅଁଳିଆ କଣ୍ଠରେ ନବୀନ ବାବୁଙ୍କ ସହ ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ବିଜେଡି ଅଧ୍ୟକ୍ଷ ପ୍ରାର୍ଥିଙ୍କ ଜୟଗାନ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

ସୂଚନା ଥାଉକି, ଚଳିତ ପଞ୍ଚାୟତ ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ସାରା ରାଜ୍ଯ ଦେଖିଛି। ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି ବିଜେଡି। ୩୦ରୁ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କଲା ଦଳ। ୭୦ ପ୍ରତିଶତ ଜିଲ୍ଲାରେ ମହିଳା ଅଧ୍ୟକ୍ଷା ହୋଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଗୋଟିଏ ଦଳ ଜିଲ୍ଲା ପରିଷଦ ଗଠନ କରିବା ପ୍ରଥମ। କେବଳ ସେତିକି ନୁହଁ ଯୁବ, ଶିକ୍ଷିତ ଓ ନିର୍ବାବିଦୀୟ ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଚୟନ କରିଛି ଦଳ।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.