Below header

ପୁରୀ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ , କଣାସରେ କଲେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ(କେନ୍ୟୁଜ୍) : ପୁରୀ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ମୁଖ୍ୟମନ୍ତ୍ରୀ କଣାସ ବ୍ଲକ ଗଡ଼ସାହି ମେଳଣ ପଡିଆରେ ପହଞ୍ଚିଛନ୍ତି । ସେଠାରେ ୨ଶହ ୫୧କୋଟିର ୧୨ଟି କାର‌୍ୟ୍ୟାଳୟର ଶୁଭ ଉଦ୍‌ଘାଟନ କରିଛନ୍ତି । ୧୬୧ହଜାର ୩୯କୋଟି ଟଙ୍କାର ବସୁଧା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ୯୯ ଗାଁକୁ ମିଳିବ ପାନୀୟଜଳ ସୁବିଧା । ଏଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କାଳିଆ ସାରା ଦେଶକୁ ବାଟ ଦେଖାଇଛି । କୌଣସି ଚାଷୀଙ୍କୁ ଯୋଜନାରୁ ବାଦ୍‌ ଦିଆଯିବନି । କେନ୍ଦ୍ର ସରକାରଙ୍କ ଯୋଜନାଠୁ କାଳିଆ ଯୋଜନା ଭଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିବେ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର ଓ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା। ପୁଣି ଓଡ଼ିଶାରେ ସରକାର ଗଢ଼ିବେ ନବୀନ। ସାଧାରଣ ନିର୍ବାଚନରେ ବହୁମତରେ ନବୀନ ଜିତିବେ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି। ଏହା ପରେ ପରେ ନବୀନ ବ୍ରହ୍ମଗିରି ବ୍ଲକ କେରାଣ୍ଡିରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗଦେବେ । ଏଠାରେ ୨ଶହ ୭୧କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.