ମୃତ୍ୟୁ ପୂର୍ବରୁ ରାବଣ ଦେଇଥିଲା ଏହି ୫ ଉପଦେଶ , ଯଦି ବୁଝିଗଲେ ତେବେ ଜୀବନରେ ସଫଳତା ସୁନିଶ୍ଚିତ

ରାକ୍ଷାସ କୂଳର ରାଜା ଥିଲେ ରାବଣ । ଯିଏ ଅତ୍ଯନ୍ତ ଶକ୍ତିଶାଳୀ, ମହାପରାକ୍ରମି ଯୋଦ୍ଧା ତଥା ଜଣେ ପରମ ଶିବ ଭକ୍ତ ଥିଲେ । ଏହା ସହ ସେ ଶାସ୍ତ୍ରରେ ପ୍ରଖର ଜ୍ଞାନୀ ଏବଂ  ଵିଦ୍ଵାନ ଥିଲେ । ଯେତେବେଳେ ଧରାପୃଷ୍ଠରେ ତାଙ୍କର ପାପ ବଢିଗଲା ସେତେବେଳେ ଭଗବାନ ବିଷ୍ଣୁ ରାମଙ୍କ ରୂପରେ ପୃଥିବୀପୃଷ୍ଠରେ ଜନ୍ମ ନେଇ ରାବଣର ବିନାଶ କରିଥିଲ । ତେବେ ରାବଣ ମରିବା ପୂର୍ବରୁ ଲକ୍ଷ୍ମଣଙ୍କୁ କିଛି ଉପଦେଶ ଦେଇଥିଲେ । ଯାହା ଆଜିର ସମୟରେ ବି ଲୋକମାନଙ୍କ ପାଇଁ ସଫଳତାର ପୁଞ୍ଜି ।

ravan

ରାବଣ ମରଣାପନ୍ନ ଅବସ୍ଥାରେ ଥିଲେ ସେତେବେଳେ ଲକ୍ଷ୍ମଣଙ୍କୁ  ଭଗବାନ ରାମ କହିଥିଲେ , ଏହି ସଂସାରରୁ ନୀତି, ରାଜନୀତି ଏବଂ ଶକ୍ତିର ମହାନ ପଣ୍ଡିତ ବିଦାୟ ନେଉଛନ୍ତି । ତେଣୁ ତୁମେ ତାଙ୍କ ନିକଟକୁ ଯାଇ ଜୀବନର କିଛି ଏଭଳି ଶିକ୍ଷା ଗ୍ରହଣ କର ଯାହା ଅନ୍ୟ କେହି ଦେଇ ପାରିବେ ନାହିଁ । ରାମଙ୍କ କଥା ମାନି ଲକ୍ଷ୍ମଣ ରାବଣଙ୍କ ମୁଣ୍ଡ ପାଖରେ ଛିଡା ହୋଇଥିଲେ । ହେଲେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଲକ୍ଷ୍ମଣଙ୍କୁ କିଛି କହିନଥିଲେ  ରାବଣ । ଏହା ପରେ ଲକ୍ଷ୍ମଣ ସେଠାରୁ ଫେରି ଆସି ଭଗବାନ ଶ୍ରୀରାମଙ୍କୁ ସବୁ କଥା କହିଥିଲେ । ସେହି ସମୟରେ ଲକ୍ଷ୍ମଣଙ୍କୁ ଶ୍ରୀରାମ  କହିଥିଲେ ଯଦି କାହାକୁ ଜ୍ଞାନ ପ୍ରାପ୍ତ କରିବାକୁ ଚାହୁଁଛ ତେବେ ତାର ମୁଣ୍ଡ ପାଖରେ ନୁହେଁ ଚରଣ ପାଖରେ ଛିଡା ହେବା ଉଚିତ । ଏହା ଶୁଣିବା ପରେ ଲକ୍ଷ୍ମଣ ପୁନର୍ବାର ରାବଣଙ୍କ ପାଖକୁ ଯାଇ ତାଙ୍କ ପାଦ ପାଖରେ ଛିଡା ହୋଇଥିଲେ । ସେହି ସମୟରେ ମହା ପଣ୍ଡିତ ରାବଣ ଲକ୍ଷ୍ମଣଙ୍କୁ ୫ଟି ଉପଦେଶ ଦେଇଥିଲେ ଯାହା ଜୀବନରେ ସଫଳତା ପାଇଁ ମାଗଦର୍ଶକ ସାଜିପାରେ ।

RAVAN _ DIED

ରାବଣଙ୍କର ପ୍ରଥମ ଉପଦେଶ ଥିଲା, ବ୍ଯକ୍ତିକୁ କେବେ ବି ନିଜର ଶତ୍ରୁକୁ ନିଜଠାରୁ ଦୁର୍ବଳ ଭାବିବା ଉଚିତ ନୁହେଁ, କାରଣ ଅନେକ ସମୟରେ ଯାହାକୁ ଆମେ ଦୁର୍ବଳ ଭାବିଥାଉ ସିଏ ହିଁ ଆମଠୁ ଅଧିକ ବଳଶାଳୀ ହୋଇଥାଏ ।

ଦ୍ୱତୀୟ ଉପଦେଶ, ନିଜ ବଳର କେବେବି ଦୁରୁପଯୋଗ କରିବା ଉଚିତ ନୁହେଁ । ଗର୍ବ ମଣିଷକୁ ଏପରି ଭାବେ ନିପାତ କରିଥାଏ ଯେପରି ଦାନ୍ତ କୌଣସି ସୁପାରୀକୁ ଭାଙ୍ଗିଥାଏ ।

ravana advices

ତୃତୀୟ ଉପଦେଶ, ମଣିଷ ସର୍ବଦା ନିଜର ହିତାକଂକ୍ଷୀଙ୍କ କଥା ମାନିବା ଉଚିତ । କାରଣ କୌଣସି ହିତାକାଂକ୍ଷୀ ଖରାପ ଚାହିଁନଥାନ୍ତି ।

ଚତୁର୍ଥ ଉପଦେଶ, କିଏ ନିଜର ଶତ୍ରୁ ଏବଂ ମିତ୍ର ଜାଣିବା ଉଚିତ । କେତେଥର ଆମେ ଯାହାକୁ ନିଜର ମିତ୍ର ଭାବିଥାଉ ସିଏ ଆମର ଶତ୍ରୁ ହୋଇଥାନ୍ତି ଏବଂ ଯାହାକୁ ଆମେ ଶତ୍ରୁ ବୋଲି ଭାବିଥାଉ ସିଏ ପ୍ରକୃତରେ ଆମର ନିଜର ହୋଇଥାନ୍ତି ।

ରାବଣର ପଞ୍ଚମ ତଥା ଶେଷ ଉପଦେଶ ଥିଲା କେବେ ପର ସ୍ତ୍ରୀ ଉପରେ ଖରାପ ଦୃଷ୍ଟି ରଖିବା ଉଚିତ ନୁହେଁ । କାରଣ ଅନ୍ଯର ସ୍ତ୍ରୀ ଉପରେ ଖରାପ ନଜର ପକାଉଥିବା ଲୋକ ନଷ୍ଟ ହୋଇଯାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.