ମୁମ୍ବାଇ ଗସ୍ତରେ ନବୀନ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍- ୨୦୧୮ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ଲାଗି ୨ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବେ । ମାନୁଫ୍ୟାକଚରିଂ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ଆଲୁମିନିୟମ ଓ ପ୍ଲାଷ୍ଟିକ ଶିଳ୍ପ ପାଇଁ ଓଡ଼ିଶାରେ କ’ଣ କ’ଣ ସୁଯୋଗ ରହିଛି,ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀଙ୍କୁ ଅବଗତ କରାଯିବ । ୨୦୧୬ ମେକ୍ ଇନ୍ ଓଡ଼ିଶା ପୂର୍ବରୁ ବି ଓଡ଼ିଶା ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ ପେସ୍ କରିଥିଲା । ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ ସଫଳ ହୋଇଥିଲା । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.