ରାଉରକେଲା ଏବଂ ଗଜପତିରେ ମଧ୍ୟ ଧର୍ମଘଟର ପ୍ରଭାବ

ରାଉରକେଲା (କେ ନ୍ୟୁଜ୍‌) : ପରିବହନ ଧର୍ମଘଟର ଜୋରଦାର ପ୍ରଭାବ ପଡ଼ିଛି ଶିଳ୍ପ ନଗରୀ ରାଉରକେଲାରେ । ବିଶ୍ରା ଛକ ନିକଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

citu ସିଟୁ ପକ୍ଷରୁ ପରିବହନ ସେବାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ବସ୍‌ କର୍ମଚାରୀ ଓ ବସ୍‌ ମାଲିକମାନେ ସିଟୁର ସଦସ୍ୟଙ୍କ ସହ ରାସ୍ତାକୁ ଓହ୍ଲାଇଛନ୍ତି । ପରିବହନ କର୍ମଚାରୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

 ଧର୍ମଘଟ ଫଳରେ ଗଜପତି ଜିଲ୍ଲାରୁ ମାଲ ଓ ଯାତ୍ରୀ ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ଯିବା ଆସିବା ପାଇଁ ଯାତ୍ରୀ ହଇରାଣ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.