୨୪ ଘଣ୍ଟିଆ ପରିବହନ ଧର୍ମଘଟ : ରାଜ୍ୟର ସବୁ ଜିଲ୍ଲାରେ ଗାଡ଼ି ଚଳାଚଳ ବନ୍ଦ, ଯାତ୍ରୀ ହଇରାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଯୋଗୁଁ ରାଜ୍ୟରେ ଯାତତ୍ରୀ ସେବା ପପ୍ରଭାବିତ । ଗଡୁନି ଘରୋଇ ଓ ସରକାରୀ ବସ୍‌ ସମେତ ଅଟୋ, ରିକ୍ସା ଓ ସ୍କୁଲ କଲେଜ ବସ୍‌ । ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଅଟୋ ଧର୍ମଘଟରେ ସାମିଲ ହୋଇଛନ୍ତି। ଲୋକସଭାରେ ଗୃହୀତ ମୋଟର ଭେହିକିଲ୍‌ ଆକ୍ଟ ୧୯୮୮ର ସଂଶୋଧିତ ବିଲ୍‌କୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଭାରତ ସଡ଼କ ପରିବହନ ମହାସଂଘ, ସିଆଇଟି, ଏଚ୍‌ଏମ୍‌ଏସ୍‌, ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଲ୍‌ପିଏଫ୍‌ର ମିଳିତ ଆହ୍ଵାନରେ ଏହି ଧର୍ମଘଟ କରାଯାଉଛି ।

ଅଭିଯୋଗ ହୋଇଛି, ସଂଶୋଧିତ ମୋଟର ଭେହିକିଲ୍‌ ଆକ୍ଟ ଜରିଆରେ କେନ୍ଦ୍ର ସରକାର ପରିବହନ ଶିଳ୍ପକୁ ସମ୍ପୂର୍ଣ୍ଣ ଭାବରେ କର୍ପୋରେଟ ଓ ବିଦେଶୀ କମ୍ପାନୀ ହାତକୁ ଟେକି ଦେବାକୁ ବସିଛନ୍ତି । ଲଗାଣ ବର୍ଷା ସାଙ୍ଗକୁ ଧର୍ମଘଟ ଯାତ୍ରୀଙ୍କ ସମସ୍ୟାକୁ ଦୁଇଗଉର ବଢ଼ାଇ ଦେଇଛି । ତେବେ ଓଡ଼ିଶା ଘରୋଇ ବସ ମାଲିକ ସଂଘ ଆନ୍ଦୋଳନରେ ସାମିଲ ହୋଇନାହିଁ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.