ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା, ମଙ୍ଗଳା ଓ ଶାରଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆସୁଛନ୍ତି ମାଆ, ଉଲ୍ଲସିତ ଧରା । ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଶୋଡ଼ଷ ଉପଚାରରେ ହେଉଛି ମାଆଙ୍କ ନୀତିକାନ୍ତି । ଷୋଡଶ ଉପଚାର ପୂଜା ପାଇଁ ଠାକୁରାଣୀଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଉଛି ।

କାକଟପୁର/ ଜଗତସିଂହପୁର (କେନ୍ୟୁଜ): ମାଆ ମଙ୍ଗଳାଙ୍କ ପୀଠରେ ପାର୍ବଣ ପୂଜା। କାକଟପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପାଖରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା। ଏହି ଅବସରରେ ଷୋଡଶ ଉପଚାରରେ ମାଆ ମଙ୍ଗଳାଙ୍କୁ ପୂଜା କରାଯାଉଛି। ନବପତ୍ରିକା ଠାରୁ ମାଙ୍କର ଆରମ୍ଭ ହୋଇଛି ବିଭିନ୍ନ ବେଶ। ଆଜି ମା ମଙ୍ଗଳାଙ୍କ ମନ୍ଦିରରେ ପାଳନ ହେଉଛି ଷଷ୍ଠୀ ତିଥି। ଷଷ୍ଠିତିଥି ଅବସରରେ ମା ମଙ୍ଗଳା ଭକ୍ତମାନଙ୍କୁ କାର୍ତ୍ତାୟନୀ ବେଶରେ ଦର୍ଶନ ଦେବେ। କାତି,ଖର୍ପର,ଧନୁ,ତୀର ଅସ୍ତ୍ରଶସ୍ତ୍ର ଧାରଣ କରି ମନ୍ଦର ଗିରି ଅଭିମୁଖେ ମହୀଶାସୁରକୁ ଠାବ କରିବାପାଇଁ ବାହାରୀଜିବେ।

 

sarala

 

ସେହିପରି ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ନବପତ୍ରିକା ବା ନବରାତ୍ର ପୂଜା। ମହାଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟହ ରାତିରେ ମାଙ୍କ ଚଳନ୍ତି ପ୍ରତିମା ଦାଣ୍ଡ ଯାତ୍ରାରେ ବାହାରିବେ। ସେପଟେ ମାଙ୍କ ସମ୍ମୁଖରେ ବ୍ରାହ୍ମଣ ମାନଙ୍କ ଦ୍ବାରା ସମୂହ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ମା ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସକାଳୁ ମହାସ୍ନାନ, ମଙ୍ଗଳା ଆରତୀ, ଅବକାଶ, ବାଳଭୋଗ ,ସୂର୍ଯ୍ୟପୂଜା ସହିତ ନୈଷ୍ଟିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀ ପାଠ କରାଯାଉଛି। ମଧ୍ୟାହ୍ନ ରେ ଦେଵନୀତି ପରେ ପହଡ଼ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ଆରତୀ, ଦାଣ୍ଡ ଯାତ୍ରା ଓ ପରେ ପରେ ନବରାତ୍ର ପୂଜା କରାଯିବ। ମା ଶାରଳାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିବା ପାଇଁ ଶ୍ରଦ୍ଧାଳୁ ଧାଇ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.