ଦଶହରାକୁ ଭିଜାଇବ ବର୍ଷା, ନବମୀ ଓ ଦଶମୀରେ ଭିଜିବି ଉପକୂଳ ଓଡ଼ିଶା
ଦଶହରାରେ ଉପକୂଳରେ ହାଲକା ବର୍ଷା । ନବମୀ ଓ ଦଶହରାରେ ଉପକୂଳ ଓଡ଼ିଶା ଭିଜିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଭୁବନେଶ୍ୱର (କେନ୍ୟୁଜ): ଦଶହରାରେ ଉପକୂଳରେ ହାଲକା ବର୍ଷା । ନବମୀ ଓ ଦଶହରାରେ ଉପକୂଳ ଓଡ଼ିଶା ଭିଜିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ସକାଳ ସୁଦ୍ଧା ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡା ଜିଲ୍ଳାର କେତେକ ସ୍ଥାନରେ ହାଲକା ବର୍ଷା ହୋଇପାରେ ।
ପରବର୍ତ୍ତ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ପାଗରେ ପରିବର୍ତ୍ତନ ଆସିବା ସହ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏହାପରେ ୨୩ ଓ ୨୪ ତାରିଖରେ ଗଞ୍ଜାମରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ହାଲକା ବର୍ଷା ହୋଇପାରେ । ଏବେ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।