ପୂରଣ ହେଲାନି ପ୍ରତିଶ୍ରୁତି, ଆସନ୍ତାକାଲିଠୁ ପୁଣି ବସ ଧର୍ମଘଟ ଡକରା ଦେଲା ଘରୋଇ ମାଲିକ ସଂଘ

ଘରୋଇ ବସ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିଲେ ରାଜ୍ୟ ସରକାର । ଫଳରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆସନ୍ତାକାଲି ସକାଳ ୬ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଘୋଷଣା କରିଛି ଘରୋଇ ବସ ମାଲିକ ସଂଘ । ଜେନେରାଲ ବଡ଼ି ମିଟିଂ ଡାକି ସଂଘ ଏହା ଘୋଷଣା କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଘରୋଇ ବସ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିଲେ ରାଜ୍ୟ ସରକାର । ଫଳରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ରାଜ୍ୟବ୍ୟାପି ବସ ଧର୍ମଘଟ କରିବାକୁ ସଂଘ ଘୋଷଣା କରିଛି । ୨୦ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୬ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଘୋଷଣା କରିଛି ଘରୋଇ ବସ ମାଲିକ ସଂଘ । ଜେନେରାଲ ବଡ଼ି ମିଟିଂ ଡାକି ସଂଘ ଏହା ଘୋଷଣା କରିଛନ୍ତି ।

ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଥିବା କହିଛି। କାରଣ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚାଲିବ ନାହିଁ ବୋଲି ସରକାର କହିଥିଲେ । କିନ୍ତୁ ଯୋଜନା ଆରମ୍ଭ ଦିନରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୃତିର ବିରୁଦ୍ଧାଚରଣ କରୁଛି । ସେହିପରି ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ଗୋଟେ ଷ୍ଟପେଜରେ ଦୁଇ ଘରୋଇ ବସ ଚଳାଚଳ ବ୍ୟବଧାନ ୫ ମିନିଟ ରହୁଛି । ଏହାରି ଭିତରେ ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ କରୁଛି । ଫଳରେ ଘରୋଇ ବସ ମାଲିକ କ୍ଷତି ସହୁଛନ୍ତି ।

ପାର୍ବଣ ସମୟରେ ବସ ଧର୍ମଘଟ ଦ୍ବାରା ଲୋକମାନେ ହଇରାଣ ହୋଇପାରନ୍ତି। କିନ୍ତୁ ପରିସ୍ଥିତି ଧର୍ମଘଟକୁ ଓହ୍ଲାଇବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷ। ଲକ୍ଷ୍ମୀ ବସ ଯୋଜନା ଲାଗୁ ହେବା ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ । ତେଣୁ ଏହାକୁ ବିରୋଧ କରି ଆସନ୍ତାକାଲିଠୁ ବସ୍ ଧର୍ମଘଟ କରାଯିବ ବୋଲି କହିଛି ସଂଘ।

ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ତାରିଖରୁ ବସ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ବସ ମାଲିକ ସଂଘ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.