ଦିନିକିଆ ବିଶ୍ବକପ: ଆଜି ଭାରତ-ବାଂଲାଦେଶ ଫାଇଟ୍

ଦିନିକିଆ ବିଶ୍ବକପରେ ଆଜି ଭାରତ-ବାଂଲାଦେଶ ଫାଇଟ୍ । ପୁଣେରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ୍ ଜିତିଲେ ଭାରତ କ୍ରମାଗତ ୪ଟି ମ୍ୟାଚରେ ବିଜୟୀ ହେବ । ବିଜୟଧାରା ବଜାୟ ରଖି ରୋହିତ ଶର୍ମାଙ୍କ ନେତୃତୀଧୀନ ଭାରତୀୟ ଦଳ ତାର ସେମିଫାଇନାଲ ଅଭିଜାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି ।

ଦିନିକିଆ ବିଶ୍ବକପରେ ଆଜି ଭାରତ-ବାଂଲାଦେଶ ଫାଇଟ୍ । ପୁଣେରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ୍ ଜିତିଲେ ଭାରତ କ୍ରମାଗତ ୪ଟି ମ୍ୟାଚରେ ବିଜୟୀ ହେବ । ବିଜୟଧାରା ବଜାୟ ରଖି ରୋହିତ ଶର୍ମାଙ୍କ ନେତୃତୀଧୀନ ଭାରତୀୟ ଦଳ ତାର ସେମିଫାଇନାଲ ଅଭିଜାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ରହିଛି ରୋହିତ ବାହିନୀ । ବିଶ୍ବକପରେ ଏପର୍ଯ୍ୟନ୍ତ ଦୁଇ ଦେଶ ପରସ୍ପରକୁ ୪ ଥର ଭେଟିଛନ୍ତି । ଭାରତ ୩ଟିରେ ବିଜୟ ହୋଇଥିବା ବେଳେ ବାଂଲାଦେଶ ଥରେ ବିଜୟୀ ହୋଇଛି । ରେକର୍ଡ ଓ ଫର୍ମ ଭାରତ ସପକ୍ଷରେ ରହିଛି । ସାକିବ୍ ଆଲ୍ ହାସନଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇ ପାରନ୍ତି ।

୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପରେ ବାଂଲାଦେଶ ପ୍ରଥମ ମ୍ୟାଚରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ଟି ସଂସ୍କରଣରେ ପରାଜୟ ବରଣ କରିଥିଲା। ତେବେ ବାଂଲାଦେଶ ବିପକ୍ଷରେ ଭାରତର କଣ ରହିବ ଚୂଡ଼ାନ୍ତ ଏକାଦଶ । କଣ ଆଜି ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯିବ ? ଆଉ ବିଶ୍ରାମ ନେଇଥିବା ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିବ କି ? ଯଶପ୍ରୀତ ବୁମରା କିମ୍ବା ଶାର୍ଦ୍ଦୁଲ ଠାକୁରଙ୍କୁ ବିଶ୍ରାମ ଦିଆଯିବ କି ? ଆଜିର ମ୍ୟାଚ୍ ଉପରେ ରହିବ ସମସ୍ତଙ୍କର ନଜର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.