ପୋଖରୀରୁ ଦଳ କାଢ଼ିବାକୁ ଯାଇ ଜଣେ ଶ୍ରମିକ ନିଖୋଜ, ଖୋଜାଖୋଜି ଜାରି ରଖିଛି ଏନଡିଆରଏଫ ଟିମ

ବାଲେଶ୍ଵର (କେନ୍ୟୁଜ): ପୋଖରୀରୁ ଦଳ କାଢ଼ିବାକୁ ଯାଇ ଜଣେ ଶ୍ରମିକ ନିଖୋଜ । ବାଲେଶ୍ୱର ଟାଉନହଲ ନିକଟରେ ଥିବା ବାଘ ପୋଖରୀରୁ ଦଳ କାଢ଼ିବା ପାଇଁ ଯାଇଥିବା ବେଳେ ଶ୍ରମିକ ଜଣକ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଦଳ କାଢ଼ିବ ପାଇଁ ନୀଳଗିରିରୁ ୫ରୁ ୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଦଳ ସଫା କରିବା ସମୟରେ ଜଣେ ଶ୍ରମିକଙ୍କ ଗୋଡ଼ ଖସି ଯିବାରୁ ସେ ପୋଖରୀରେ ବୁଡି ଯାଇଥିଲେ । ତେବେ ଶ୍ରମିକଙ୍କ ପରିଚୟ ଜଣାପଡି ନଥିବାବେଳେ ତାଙ୍କ ଘର ନୀଳଗିରି ଅଞ୍ଚଳର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.