ଡ୍ରେନ୍‌ରୁ ମିଳିଲା ୪ ବର୍ଷର ଶିଶୁପୁତ୍ରର ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁ ଝଗଡ଼ପଦାରେ ୪ ବର୍ଷର ଶିଶୁପୁତ୍ରକୁ ନୃଶଂସ ହତ୍ୟା । ମୃତ ଶିଶୁଟି ସୋଗର ଗାଁ ଝଗଡ଼ପଦା ସାହିର ରାଜେନ୍ଦ୍ର ମଲ୍ଲିକଙ୍କ ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ରୁଦ୍ରାକ୍ଷ ଅପରାହ୍ନରେ ଗାଁରେ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ହଠାତ କେଉଁ ଆଡେ ଗାଏବ ହୋଇଯାଇଥିଲା । ପରିବାର ଲୋକେ ଶିଶୁଟିକୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ତେବେ ଗାଁ ନିକଟସ୍ଥ କାଜୁ ଜଙ୍ଗଲ ଡ୍ରେନରେ ଶିଶୁଟିର ମୃତ ଦେହ କ୍ଷତବିକ୍ଷତ ଭାବରେ ପଡିଥିବା ପରିବାର ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ଓ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଶିଶୁପୁତ୍ର ସେହି ଗାଁର ଜଣେ ଯୁବକ ହତ୍ୟା କରିଥିବା ରାଜେନ୍ଦ୍ର କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଯୁବକ ଜଣଙ୍କ ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ ସେକ୍ସ କରିବାରେ ପୂର୍ବରୁ କିଛି ରେକର୍ଡ ଥିବା ଜଣାପଡିଛି । ତେବେ ସେ କାମନା ସୁଖରେ ଶିଶୁଟିକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏ ନେଇ ପୋଲିସ ତନାଘନା ଆରମ୍ଭ କରି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.