ମହାକାଶରେ ଥିବା ବ୍ଲାକ ହୋଲରୁ ଶୁଭୁଛି ଭୟାନକ ଶବ୍ଦ, ଆପଣ ବି ଶୁଣନ୍ତୁ

ବ୍ଲାକ ହୋଲକୁ ନେଇ ବହୁ ପ୍ରକାର ତଥ୍ୟ ଶୁଣିବାକୁ ମିଳିଥାଏ । ଦୀର୍ଘ ଦିନ ଧରି ବ୍ଲାକ ହୋଲକୁ ନେଇ ଗବେଷଣା ଚାଲିଥିଲେ ହେଁ ଏହା ମଧ୍ୟରୁ କିଛି ଶବ୍ଦ ଆସୁଛି ବୋଲି ବୈଜ୍ଞାନିକମାନେ ନିଶ୍ଚିତ ନଥିଲେ । ଏବେ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ମହାକାଶରେ ଥିବା ବ୍ଲାକ ହୋଲ ମଧ୍ୟ ଶବ୍ଦ କରିଥାଏ । ନାସାର ବୈଜ୍ଞାନିକମାନେ ପ୍ରଥର ଥର ପାଇଁ ବ୍ଲାକହୋଲର ଏହି ଶବ୍ଦକୁ ରେକର୍ଡ କରିଛନ୍ତି ।

ଏହି ଶବ୍ଦ ଏତେ ଭୟଙ୍କର ଯେ ଆପଣ ବି ଶୁଣିଲେ ଭୟଭୀତ ହୋଇଯିବେ । ବୈଜ୍ଞାନିକମାନେ ଛାୟାପଥରେ ପ୍ରତିଧ୍ୱନୀ କରୁଥିବା ବ୍ଲାକ ହୋଲର ଶବ୍ଦକୁ ରେକର୍ଡ କରିଛନ୍ତି । ବ୍ଲାକ ହୋଲର ଗୁରୁତ୍ୱ ଆକର୍ଷଣ ଏତେ ପ୍ରବଳ ହୋଇଥାଏ ଯେ ଏଥିରୁ ଆଲୋକ ବି ବଞ୍ଚିପାରେ ନାହିଁ ।

ବ୍ଲାକ ହୋଲ ସର୍ବଦା ଗରମ ଗ୍ୟାସ ଓ ଧୂଳି ଦ୍ୱାରା ଘେରି ରହିଥିବାରୁ ଏହାକୁ ଏକ୍ରିସନ ଡିସ୍କ କୁହାଯାଏ । ଯେତେବେଳେ ବ୍ଲାକ ହୋଲ ମଧ୍ୟକୁ ଏହି ସବୁ ଜିନିଷ ଯାଇଥାଏ, ସେତେବେଳେ ଶକ୍ତିଶାଳୀ ଏକ୍ସ ରେ ଲାଇଟ ଉତ୍ପନ ହୋଇଥାଏ । ଯେଉଁଥିପାଇଁ ଏହା ଭିତରୁ ପ୍ରତିଧ୍ୱନୀ ସୃଷ୍ଟି ହୋଇଥାଏ ।

ମାସାଚ୍ୟୁଟ ଇନଷ୍ଟିଚ୍ୟୁଟ ଅଫ୍‌ ଟେକନୋଲୋଜିର ବୈଜ୍ଞାନିକମାନେ ଏକ ଗବେଷଣାରୁ ୮ ପ୍ରକାର ଶବ୍ଦ ଶୁଣାଯାଉଥିବା ବ୍ଲାକ ହୋଲର ସୂଚନା ପାଇଛନ୍ତି । ଏହାକୁ ଜାଣିବା ପାଇ ବୈଜ୍ଞାନିକମାନେ ରେଭରବରେସନ ମେସିନର ସହାୟତା ନେଇଥିଲେ । ବୈଜ୍ଞାନିକମାନେ ବ୍ଲାକ ହୋଲର ପ୍ରେସରକୁ ସାଉଣ୍ଡ ନୋଟରେ ପରିବର୍ତ୍ତନ କରିଥିଲେ ।

ଏହି ସାଉଣ୍ଡ ଚଳିତ ବର୍ଷ ନାସା ବ୍ଲାକହୋଲ ସାପ୍ତାହିକରେ ପ୍ରକାଶ ପାଇଛି । ବ୍ଲାକହୋଲରୁ ବାହାରୁଥିବା ଶବ୍ଦ ୫୭ ଅକ୍ଟେଭ ତଳେ ଥିବାରୁ ଏହା ମନୁଷ୍ୟର କାନ ଶୁଣିବାକୁ ସକ୍ଷମ ହେଉନଥିଲା । ବୈଜ୍ଞାନିକମାନେ ଏହି ଶବ୍ଦର ତିବ୍ରତାକୁ ବୃଦ୍ଧି କରିବା ପରେ ବ୍ଲାକହୋଲ ଶବ୍ଦ ସମ୍ପର୍କରେ ଜାଣିବାକୁ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.