ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ, ସରକାର ସମର୍ଥକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସା: ୭ ମୃତ, ୨୦୦ ଗୁରୁତର

ନୂଆଦିଲ୍ଲୀ : ଜଳୁଛି ଶ୍ରୀଲଙ୍କା। କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ। ସରକାରୀ ସମର୍ଥକ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ହିଂସା ୭ ଜଣଙ୍କ ଜୀବନ ନେଇଛି । ଏଥିରେ ପ୍ରାୟ ୨୦୦ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖି ଶ୍ରୀଲଙ୍କା ସରକାର ସେନା ଓ ପୋଲିସକୁ ଜରୁରୀକାଳୀନ ଶକ୍ତି ପ୍ରଦାନ କରିଛି । ଯାହାଦ୍ୱାରା ବିନା ୱାରେଣ୍ଟିରେ ପ୍ରଦର୍ଶନକାରୀଙ୍କୁ ନିଜ କବ୍‌ଜାକୁ ନେବାକୁ ଅନୁମତି ମିଳିଯାଇଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ଦାବି କରିଆସୁଛନ୍ତି ସରକାର ବିରୋଧୀ ପ୍ରଦର୍ଶନକାରୀ ।

ଏହାକୁ ନେଇ ଗତ ଏପ୍ରିଲ ୯ ତାରିଖରୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଆସୁଥିବା ଲୋକେ ଏବେ ଉଗ୍ର ହୋଇଯାଇଛନ୍ତି । ଆକ୍ରମଣ, ପ୍ରତିଆକ୍ରମଣ, ଜଳାପୋଡ଼ା କରୁଛନ୍ତି ପ୍ରଦର୍ଶନକାରୀ । ଅନେକ ସାଂସଦଙ୍କ ଗାଡ଼ି ଓ ଘରକୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏହା ପରେ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପାକ୍ଷେ । କିଛି ଦିନ ହେବ ଅର୍ଥ ସଂକଟରେ ପଡ଼ିଛି ଶ୍ରୀଲଙ୍କା। ଲୋକଙ୍କ ପାଖରେ ଖାଦ୍ୟ, ଇନ୍ଧନ, ବିଜୁଳି ଏବଂ ଔଷଧ ନାହିଁ। ବିଦେଶରୁ ଆମଦାନୀ ପାଇଁ ଶ୍ରୀଲଙ୍କା ପାଖରେ ବିଦେଶୀ ମୁଦ୍ରା ନାହିଁ। ଏହା ବିରୋଧରେ ସରକାର ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.