ଆସନ୍ତା ୧୩ରେ NEET: ଭୁବନେଶ୍ୱରର ୩୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ NEET  ପରୀକ୍ଷା। ଭୁବନେଶ୍ୱରର ୩୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ପରୀକ୍ଷାର୍ଥୀ। ଏଥିମଧ୍ୟରୁ ୧୩ ଶହ ପରୀକ୍ଷାର୍ଥୀ ସରକାରୀ ସୁବିଧା ପାଇଁ ପଞ୍ଜିକରଣ କରିଛନ୍ତି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ନିଟ୍‌ ରାଜ୍ୟ ସଂଯୋଜକଙ୍କ ସହ ଆଲୋଚନା ଚାଲିଛି।  ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ଭଲ ବ୍ୟବସ୍ଥା କରିଥିବା କହିଛନ୍ତି, ନିଟ୍‌ର ରାଜ୍ୟ ସଂଯୋଜକ ପଲି ପଟ୍ଟନାୟକ। ପରୀକ୍ଷାର୍ଥୀଙ୍କ ଯାତାୟାତଠାରୁ ଆରମ୍ଭ କରି ରହିବା ପାଇଁ ଭଲ ବ୍ୟବସ୍ଥା ହୋଇଥିବା ସେ ସୂଚନା ଦେଇଛନ୍ତି ।

ଶନିବାର ଠାରୁ ପରୀକ୍ଷା ଦେବାପାଇଁ ବସ୍‌ ଯୋଗେ ଛାତ୍ରଛାତ୍ରୀ ଆସିବେ। ରବିବାର ଅପରାହ୍ନ ୨ଟାରୁ ୫ଟା ପରୀକ୍ଷା ଦେଇ ଫେରିଯିବେ। ପରୀକ୍ଷା କେନ୍ଦ୍ରକୁ ୧୨ଟା ୩୦ରେ ପ୍ରବେଶ ଆରମ୍ଭ ହେବ। ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯାଉଛି। ପରୀକ୍ଷାର୍ଥୀଙ୍କ ରହିବା ପାଇଁ ଯେଉଁସବୁ ସ୍ଥାନରେ ବ୍ୟବସ୍ଥା ହୋଇଛି, ସେଠାରେ ଏକ ଡାକ୍ତରୀ ଟିମ୍‌ ନିୟୋଜିତ କରାଯିବ। ପରୀକ୍ଷା କେନ୍ଦ୍ର ବାହାରେ ମାଇକ୍‌ ଦ୍ୱାରା ଗହଳି ନକରିବାକୁ ନିବେଦନ କରାଯିବ ।

You might also like