Below header

କରୋନା ଛଡେଇ ନେଲା ରୋଜଗାର, ହତାଶ ହୋଇ ଫାଶୀ ଲଗାଇଦେଲେ ଏହି ନବବିବାହିତ ଯୋଡ଼ି, ମାସେ ପୂର୍ବରୁ ହୋଇଥିଲା ବିବାହ

କରୋନା ଭାଇରସ ମହାମାରୀ ଏବଂ ଏହାପରେ ହୋଇଥିବା ଲକଡାଉନ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭାରତରେ ବି କୋଟି କୋଟି ଲୋକଙ୍କର ରୋଜଗାର ଚାଲିଯାଇଛି। ଲୋକେ ଏବେ ଚାକିରି ହରାଉଥିବା ବେଳେ ବେରୋଜଗାର ବଢ଼ିବାରେ ଲାଗିଛି। ରୋଜଗାର ନ ମିଳିବାକୁ ଲକ୍ଷ ଲକ୍ଷ ଯୁବକ ହତାଶ ହୋଇପଡୁଛନ୍ତି। ତେବେ ଏହି ହତାଶ କାରଣରୁ ହରିୟାଣାର ପାନିପତ ରାଜନଗର ଅଞ୍ଚଳରେ ଏକ ନବବିବାହିତ ଯୋଡ଼ି ନିଜ ଜୀବନ ହରିଛନ୍ତି।

ପାନିପତରେ ରହୁଥିବା ୨୮ ବର୍ଷୀୟ ଆବେଦଙ୍କ ବିବାହ ୨୦୨୦ ଅଗଷ୍ଟ ୧୦ରେ ବିକାଶ ନଗରର ନଜମାଙ୍କ ସହିତ ହୋଇଥିଲା। କୋଠାବାଡ଼ି କାମ କରୁଥିବା ଆବେଦଙ୍କ ରୋଜଗାର କିଛିଦିନ ତଳେ ଚାକିଯାଇଥିଲା। ହେଲେ ମଝିରେ ମଝିରେ କିଛି କାମ ମିଳୁଥିଲା। ଅନଲକରେ ରୋଜଗାର ପୁଣି ଆସିବ ବୋଲି ସେ ଆଶା ରଖିଥିଲେ। ତେବେ ଏହାରି ଭିତରେ ତାଙ୍କର ବିବାହ ହୋଇଥିଲା। କିନ୍ତୁ ଗତ କିଛିଦିନରୁ ତାଙ୍କୁ କାମ ମିଳୁ ନ ଥିଲା।

dd

ସୂଚନା ମୁତାବକ, ଆବେଦ ସକାଳେ କାମ ସନ୍ଧାନରେ ଯାଉଥିଲେ, କିନ୍ତୁ ସନ୍ଧ୍ୟାରେ ଖାଲି ହାତରେ ଫେରୁଥିଲେ। ଏହି କାରଣରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ସମସ୍ୟା ବଢ଼ି ଚାଳିବାରୁ ଦୁହେଁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଦୁଇକୁ ଜବତ କରିଥିଲା। ଏହାପରେ ମେଡିକାଲରେ ବ୍ୟବଚ୍ଛେଦ କରାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ତେବେ ଏ ନେଇ ଆବେଦଙ୍କ ବଡ଼ ଭାଇ ଜାବେଦ କହିଛନ୍ତି, ‘ଆମେ ସମସ୍ତେ ଏକାଠି ଗୋଟିଏ ଘରେ ରହୁଥିଲୁ। ସେ ପ୍ରଥମ ମହଲରେ ପରିବାର ସହିତ ରହୁଥିଲା। କିଛିଦିନ ହେବ ଆବେଦ ଚିନ୍ତିତ ରହୁଥିଲା। ଆମକୁ ଲାଗିଲା କି, ସେ ଜଲଦି ଠିକ ହୋଇଯିବ। ନୂଆ ନୂଆ ବିବାହ ହୋଇଛି, ସମ୍ଭାଳି ନେବ। କିନ୍ତୁ ସକାଳୁ ତଳକୁ ଆସିବା ପରେ ସ୍ୱାମୀ, ସ୍ତ୍ରୀ ଦୁହିଁଙ୍କୁ ଦେଖିବାକୁ ପାଇ ନ ଥିଲୁ। ଝରକା ଖୋଲି ଦେଖିଲାରୁ ସେମାନେ ବେକରେ ଫାଶୀ ଲଗାଇ ଦେଇଛନ୍ତି। କବାଟ ଭାଙ୍ଗି ସେମାନଙ୍କୁ ତଳକୁ ଅଣାଯାଇଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.