ନିଷ୍ଠୁର ହୋଇଗଲା ମା’: ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା

ମେଡିକାଲ ପାଇଖାନା ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି।

ବାଲେଶ୍ଵର (କେନ୍ୟୁଜ): ମେଡିକାଲ ପାଇଖାନା ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି।

ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ। ନବଜାତ ଶିଶୁକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଦେଲା । ଲୋକମାନେ ନବଜାତ ଶିଶୁ ପୁତ୍ରକୁ ଦେଖି ଉଦ୍ଧାର କରିଥିଲେ । ଶିଶୁଟିର ଅବସ୍ଥା ଏବେ ସ୍ଥିର ଥିବାବେଳେ ତାକୁ ଏସଏନସି ୟୁ ରେ ଭର୍ତ୍ତି କରାଯାଇଛି । ନବ ଜାତକର ମା’ ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି । କିଏ ଶିଶୁ ପୁତ୍ର ଫିଙ୍ଗିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ,ଶିଶୁ କନ୍ୟା ଅଧିକାଂଶ ସମୟରେ ଅଲୋଡା ହୋଇଥାନ୍ତି । କିଏ ଝିଅ ହେବା ଫଳରେ ରାସ୍ତାରେ ଛାଡି ପଳାଉଛନ୍ତି ତ ଆଉ କିଏ ଅଳିଆ ଗଦାରେ ଫୋପାଡୁଥିବାର ନଜିର ରହିଛି । କିନ୍ତୁ ଶିଶୁପୁତ୍ରକୁ ଅଲୋଡା ଭାବରେ ଫୋପାଡି ଦିଆଯାଇଥିବାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.