ଝାରଖଣ୍ଡ : ଚଳନ୍ତା ଟ୍ରେନରେ ପଶି ଫାୟାରିଂ କଲେ ର୍ଦୁବୃତ୍ତ, ଲୁଟିନେଲେ ମୋବାଇଲ, ପର୍ସ ଏବଂ ଗହଣା

ଝାରଖଣ୍ଡରେ ସମ୍ବଲପୁର-ଜମ୍ମୁ ତାଓ୍ଵି ଏକ୍ସପ୍ରେସର ବଗି ନଂ ୯ରେ ପଶି ଯାତ୍ରୀଙ୍କୁ ଲୁଟିନେଲେ ର୍ଦୁବୃତ୍ତ । ଯାତ୍ରୀଙ୍କୁ ଡରାଇବା ପାଇଁ ଫାୟାରିଂ ମଧ୍ୟ କରିଥିଲେ । ଏହାପରେ ଟ୍ରେନ ଡାଲଟନଗଞ୍ଜ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ ହଙ୍ଗାମା କରିଥିଲେ ।

ଚଳନ୍ତା ଟ୍ରେନରେ ଡକାୟତି । ଯାତ୍ରୀଙ୍କୁ ମାରପିଟ କରି ମୋବାଇଲ ଓ ପର୍ସ ଏବଂ ଗହଣା ଲୁଟିନେଲେ ର୍ଦୁବୃତ୍ତ । ଯାତ୍ରୀଙ୍କୁ ଭୟଭୀତ କରିବା ପାଇଁ ର୍ଦୁବୃତ୍ତ ୮ରୁ ୧୦ ରାଉଣ୍ଡ ଫାୟାରିଂ ମଧ୍ୟ କରିଥିଲେ । ଆଉ ଏଭଳି କରିବା ପରେ ଟ୍ରେନ ଚେନ୍‌ ପୁଲିଂ କରି ଫେରାର ହୋଇଗଲେ ।

ଖବର ମୁତାବକ, ଝାରଖଣ୍ଡରେ ସମ୍ବଲପୁର-ଜମ୍ମୁ ତାଓ୍ଵି ଏକ୍ସପ୍ରେସର ବଗି ନଂ ୯ରେ ପଶିଥିଲେ ୮ରୁ ୧୦ ଡକାୟତ । ଚଳନ୍ତା ଟ୍ରେନ ଭିତରେ ପଶି ଯାତ୍ରୀଙ୍କ ଭୟଭୀତ କରିବା ପାଇଁ ଗୁଳି ଚଳାଇଥିଲେ । ଗୁଳି ଚଳାଇବା ପରେ ଯାତ୍ରୀଙ୍କ ଠାରୁ ମୋବାଇଲ, ପର୍ସ ଏବଂ ଗହଣା, ଟଙ୍କା ପଇସା ସବୁ ଛଡାଇ ନେଇଥିଲେ । ଭୟଭୀତ ହୋଇ ଯାତ୍ରୀ ସବୁକିଛି ର୍ଦୁବୃତ୍ତକୁ ଦେଇଦେଇଥିଲେ । ଝାରଖଣ୍ଡ ଲାତେହାର ଷ୍ଟେସନ ଏବଂ ବରବାଡିହ ଷ୍ଟେସନ ମଝିରେ ଏଭଳି କାଣ୍ଡ ଘଟିଥିଲା ।

ଯେଉଁ ଯାତ୍ରୀମାନେ ଏହାକୁ ବିରୋଧ କଲେ, ସେମାନଙ୍କ ସହିତ ଡକାୟତମାନେ ମାରପିଟ କରିଥିଲେ । ସବୁକିଛି ଲୁଟିବା ପରେ ଅଧା ରାସ୍ତାରେ ଟ୍ରେନର ଚେନ୍‌ ପୁଲିଂ କରି ଫେରାର ହୋଇଯାଇଥିଲେ ଡକାୟତ । ପାଖାପାଖି ୨ ଘଣ୍ଟା କାଳ ଟ୍ରେନଟି ସେଭଳି ଠିଆ ହୋଇଥିଲା ।

ଘଟଣା ବିଷୟରେ ସୂଚନା ମିଳିବା ପରେ ଆରପିଏଫ ଯବାନ ଏବଂ ରେଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ଟ୍ରେନ ଡାଲଟନଗଞ୍ଜ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀମାନେ ହଙ୍ଗାମା କରିଥିଲେ । ଯେଉଁମାନେ ଆହତ ହୋଇଥିଲେ, ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ ରେଳ ପୋଲିସ ଦ୍ୱାରା ମାମଲା ରୁଜୁ କରାଯାଇଛି । ପୋଲିସ ଡକାୟତ କରିଥିବା ଲୋକମାନଙ୍କୁ ଖୋଜିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.