ନୂଆବର୍ଷରୁ ଆରମ୍ଭ ହେବ ନୂଆ ନିୟମ, ଆନନ୍ଦବଜାରରେ ଲାଗିବ ଅବଢ଼ା ଦର

ପୁରୀ (କେନ୍ୟୁଜ୍) : ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର‌୍ୟ୍ୟ ଅବଢ଼ା ଦର ତାଲିକା କୁଡୁଆ ବା ହାଣ୍ଡିର ମାପ ଅନୁଯାୟୀ ଲଗାଯିବ । ବନ୍ଦ ହୋଇଥିବା ପାରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ । ପ୍ରତିହାରୀ ନିଯୋଗ ପକ୍ଷରୁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବା ପରେ ପାରିମାଣିକ ଟିକେଟ ବ୍ୟବସ୍ଥାରେ ଭକ୍ତ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

shreemandir

ଟିକେଟ ଦର୍ଶନ ବ୍ୟବସ୍ଥା ଲାଗୁ ହେବା ପରେ ସେବାୟତଙ୍କ ପାଳିଆ ପୁରସ୍କାର ରାଶି ବୃଦ୍ଧି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିଶ୍ରୁତି ଦେଇଛନ୍ତି । ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ୬ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ନାଟ ମଣ୍ଡପର ମରାମତି କାର‌୍ୟ୍ୟ ଚାଲିଛି । ଜାନୁଆରୀ ୨୦ରୁ ଜିନ୍ଦଲ ସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ରାସ୍ତା କାମ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.