ବାର୍ ପାଇଁ ଜାରି ହେଲା ନୂଆ ନିୟମ: କମିଶନରେଟ ପୋଲିସର ବିନା ଅନୁମତିରେ ରଖିପାରିବେନି ବାଉନସର୍

ଏଣିକି ବାର୍ ଜଗିବେ ନାହିଁ ବାଉନସର । ବାରରେ ବାଉନସର୍ ରଖିବା ଉପରେ ଲାଗିବ ଲଗାମ । କମିଶନରେଟ ପୋଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ । ଏନେଇ କମିଶନରେଟ୍ ପୋଲିସ ଅଧୀନସ୍ଥ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ।

ଭୁବନେଶ୍ୱର (କେନ୍ୟୁଜ): ଏଣିକି ବାର୍ ଜଗିବେ ନାହିଁ ବାଉନସର । ବାରରେ ବାଉନସର୍ ରଖିବା ଉପରେ ଲାଗିବ ଲଗାମ। କମିଶନରେଟ ପୋଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ। ଏନେଇ କମିଶନରେଟ୍ ପୋଲିସ ଅଧୀନସ୍ଥ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ।

ବ୍ୟକ୍ତିଗତ ଭାବେ ସିକୁରିଟି ଗାର୍ଡ ରଖିପାରିବେ ନାହି । ଏଥିପାଇ ସୀକୃତିପ୍ରାପ୍ତ ସିକ୍ୟୁରିଟି ଏଜେନ୍ସି ଠାରୁ ଆଣିବେ ସିକ୍ୟୁରିଟି ଗାର୍ଡ । ବାର୍ ମାଲିକ ସମ୍ପୃକ୍ତ ଗାର୍ଡଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ । ବାରରେ ନିୟୋଜିତ ହେବା ପରେ ବାଉନସର୍ ମାନଙ୍କୁ ନିର୍ଦ୍ଧାରିତ ନିୟମ କାନୁନ ମାନିବାକୁ ପଡ଼ିବ । ଏନେଇ ଦୁଇ ମାସ ପର୍ଯନ୍ତ ସମୟ ସୀମାର ମହଲତ ଦିଆଯାଇଛି । ନିୟମ ନମାନିଲେ କାର୍ଯାନୁଷ୍ଠାନ ହେବ ବୋଲି କଡା ଚେତାବନୀ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.