ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଯାଞ୍ଚ ବେଳେ ଏସିଏଫ କ୍ୱାର୍ଟର୍ସରେ ଜଳିଥିବାର ମିଳିଲାନି କୌଣସି ସୁରାକ୍‌

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଜଳିଯାଇ ପ୍ରାଣ ହରାଇଥିବା ଘଟଣା ଅଧିକ ରହସ୍ୟ ଘେରକୁ ଯାଇଛି । ଏସିଏଫ କ୍ୱାର୍ଟର୍ସରେ ଜଳିଥିବାର କୌଣସି ସଙ୍କେତ ମିଳିନଥିବା ଜଣାପଡିଛି । କୋଠରୀ ଭିତରେ ନିଆଁ ଲାଗିଥିବା କିମ୍ବା ସେଭଳି କିଛି ଘଟଣା ଘଟିଥିବା ସମ୍ପର୍କରେ କୌଣସି ସୁରାକ୍‌ ମିଳିନାହିଁ । କ୍ୱାର୍ଟର୍ସର ସବୁ ଜାଗା ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା ହେଲେ ନିଆଁରେ ପୋଡି ହେଲାଭଳି କୌଣସି ସଙ୍କେତ ମିଳିନଥିଲା ।

ପୋଲିସ କୋଠରୀ ମଧ୍ୟରୁ କିରାସିନି ଗନ୍ଧ ଅନୁଭବ କରିନଥିଲା । କୋଠରୀ ମଧ୍ୟରେ ଅନେକ ପ୍ଲାଷ୍ଟିକ ସାମଗ୍ରୀ, ପଲିଥିନ୍‌ କାଗଜପତ୍ର ଥିଲେ ମଧ୍ୟ ଏସବୁରେ କୌଣସି ପ୍ରକାର ନିଆଁ ଲାଗିନଥିଲା । ଏହାକୁ ନେଇ ସାଇଣ୍ଟିଫିକ୍‌ ଟିମ୍‌ ଅଧିକ ଖୋଳତାଡ଼ କରୁଛି । ପରିବାରବର୍ଗଙ୍କୁ ନେଇ ଘର ତାଲା ଖୋଲି ଅଧିକ ତଦନ୍ତ କରିଛି ଟିମ୍‌ । ଏହାପୂର୍ବରୁ ସୌମ୍ୟରଞ୍ଜନଙ୍କ ବାପା, ମାମୁ, ତାଙ୍କ ଓକିଲଙ୍କ ସହ ପାରଳାଖେମୁଣ୍ଡି ଥାନାରେ ପହଞ୍ଚିଥିଲେ । ଥାନା ଅଧିକାରୀଙ୍କ ସହ କଥା ହେବା ପରେ ଗଜପତି ଡିଏଫ୍‌ଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.