ନୂଆ ସମ୍ଭାବନା ଓ ଉତ୍ସାହ ନେଇ ଆସିଛି ବର୍ଷ ୨୦୧୯ , ମହୋଦଧିରେ ସ୍ନାନ ସହ ଶ୍ରୀଜିଉଙ୍କ ଦର୍ଶନ କରି ନୂଆ ସକାଳର ଆରମ୍ଭ କଲେ ଶ୍ରଦ୍ଧାଳୁ

ଭୁବନେଶ୍ବର(କେନ୍ୟୁଜ୍) : ନୂଆବର୍ଷର ନୂଆ ସକାଳ । ନୂଆ ସମ୍ଭାବନା, ନୂଆ ଉତ୍ସାହ ନେଇ ଆସିଛି ବର୍ଷ ୨୦୧୯ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ମଧ୍ୟରାତ୍ରିରୁ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍‌ । ଘଣ୍ଟାରେ ରାତି ୧୨ଟା ବାଜିବା ମାତ୍ରେ ନୂଆବର୍ଷକୁ ସ୍ୱାଗତ କରିଥିଲେ ସଭିଏଁ । ଆତସବାଜିରେ କମ୍ପିଥିଲା ଚତୁର୍ଦ୍ଦିଗ ।

aaaaଜିରୋ ନାଇଟ୍‌ରେ ମସଗୁଲ ହୋଇଥିଲା ସାରା ବିଶ୍ୱ । ନାଚ ଗୀତ, ଖାଦ୍ୟପେୟର ଆସର ଭିତରେ ସ୍ୱାଗତ କରିଥିଲେ ନୂଆବର୍ଷକୁ । କେଉଁଠି ଡିଜେ ନାଇଟ୍‌ର ଆୟୋଜନ ହୋଇଥିଲା ତ ଆଉ କେଉଁଠି ରାସ୍ତା ଉପରେ ଉତ୍ସବ ମନାଇଥିଲେ ଲୋକ । ପରିବାର, ଆତ୍ମୀୟ, ସାଙ୍ଗସାଥୀ ପରସ୍ପରକୁ ଜଣାଇଥିଲେ ଅଭିନନ୍ଦନ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ରଙ୍ଗିନ ଆଲୋକମାଳାରେ ସଜେଇ ହୋଇଥିଲା ବିଭିନ୍ନ ତାରକା ହୋଟେଲ । ଜିରୋନାଇଟ ସେଲିବ୍ରେସନ ପାଇଁ ସଂଧ୍ୟାରୁ ବିଭିନ୍ନ ହୋଟେଲରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ମହୋଦଧିରେ ସ୍ନାନ ସହ ନୂଆବର୍ଷର ନୂଆ ସକାଳକୁ ସ୍ୱାଗତ :

SRIMANDIRAନୂଆବର୍ଷକୁ ନେଇ ପୁରୀ ଉତ୍ସବମୁଖର । ଭକ୍ତଙ୍କ ଭିଡ଼ ଶ୍ରୀକ୍ଷେତ୍ରରେ । ମହୋଦଧିରେ ସ୍ନାନ ସହ ନୂଆବର୍ଷର ନୂଆ ସକାଳକୁ ସ୍ୱାଗତ କରିଛନ୍ତି ସମସ୍ତେ । ବେଳାଭୂମିରେ ପ୍ରଥମ ସୂର‌୍ୟ୍ୟାସ୍ତ ଦେଖିଛନ୍ତି ଲକ୍ଷ ଲକ୍ଷ ପର‌୍ୟ୍ୟଟକ। ଶ୍ରୀଜିଉଙ୍କ ଦର୍ଶନ କରି ନୂଆବର୍ଷରେ ଆଶିଷ ଭିକ୍ଷା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏଥିପାଇଁ ରାତି ଗୋଟାଏରୁ ମଙ୍ଗଳ ଆଳତୀ ସହ ଦର୍ଶନ ଆରମ୍ଭ ହୋଇଛି। ବ୍ୟାରିକେଡରେ ଶୃଙ୍ଖଳିତ ଭାବରେ ଶ୍ରଦ୍ଧାଳୁ ସିଂହଦ୍ୱାର ଭିତରେ ପ୍ରବେଶ କରୁଛନ୍ତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ପରିସର ଓ ସମୁଦ୍ର କୂଳରେ ପୋଲିସ ମୁତୟନ ହୋଇଛନ୍ତି ।

ବାଲୁକାକଳାରେ ନୂଆବର୍ଷ ୨୦୧୯କୁ ସ୍ୱାଗତ ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ:

1ppବାଲୁକାକଳାରେ ନୂଆବର୍ଷ ୨୦୧୯କୁ ସ୍ୱାଗତ। ପୁରୀ ପାନ୍ଥନିବାସ ବେଳାଭୂମିରେ ଆୟୋଜିତ ବାଲୁକାଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

1pନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣୁ ବୋଲି ସେ ବାଲୁକାକଳା ମାଧ୍ୟମରେ ଜଣାଇଛନ୍ତି। ସେହିପରି ବାଲୁକାକଳା ମାଧ୍ୟମରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ।

manasସାରା ବିଶ୍ୱରେ କିଭଳି ଶାନ୍ତି ବଜାୟ ରହିବ ସେନେଇ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରାର୍ଥନା କରିଛନ୍ତି। ପ୍ରାୟ ୧୨ଫୁଟ ଉଚ୍ଚର ଏହି ବାଲୁକାକଳା ଦେଖିବା ପାଇଁ ପର‌୍ୟ୍ୟଟକଙ୍କ ଭିଡ ଜମିଛି।