Below header

କ୍ୟାପିଟାଲ ହସପିଟାଲ ସାମନା ବସ୍‌ଷ୍ଟପ୍‌ରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ, କିଏ ଛାଡ଼ିଲା ଓ କାହିଁକି ଛାଡ଼ିଲା ଜଣାପଡୁନି

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମନା ବସ୍‌ଷ୍ଟପ୍‌ରୁ ମିଳିଲା ନବଜାତ ଶିଶୁ। ଶିଶୁଟିକୁ ସେଠାରେ ଏକ ସିମେଣ୍ଟ ଅଖା ବ୍ୟାଗରେ କେହି ରଖି ଦେଇ ପଳାଇ ଯାଇଥିଲା । ତେବେ ସେହି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ବସ୍‌ଷ୍ଟପରେ ବ୍ୟାଗ୍‌କୁ ଦେଖି ଅଟକି ଯାଇଥିଲେ । ସେଥିରେ କଣ ଅଛି ବୋଲି ଦେଖିଲା ବେଳକୁ ତା ଭିତରେ ଜୀବିତ ଶିଶୁ କନ୍ୟାଟି ନଜର ଆସିଥିଲା । ପରେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ଯାଇଥିଲେ । କ୍ୟାପିଟାଲ ହସପିଟାଲ ଫାଣ୍ଡି ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଗ୍ ଭିତରୁ ଶିଶୁଟିକୁ ବାହାର କରି ଥିଲେ। ତେବେ ସେତେବେଳେକୁ ଶିଶୁଟି ଆଉ ଜୀବିତ ନଥିଲା ।

ପୋଲିସ୍‌ ତନାଘନା କରିଥିଲେ ବି ପିଲାଟି କାହାର ଓ ତାକୁ କିଏ ସେଠାରେ ଛାଡ଼ି ଦେଇ ଯାଇଥିଲା ସେ କଥା ଜଣାପଡ଼ିନଥିଲା । କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସ ଘଟଣା ସ୍ଥଳରୁ ମୃତ ଶିଶୁଟି ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେବା ସହ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.