ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ୱର : ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପେଟ୍ରୋଲିୟମ୍‌ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆରସି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି । ପେଟ୍ରୋଲ ପମ୍ପ ବିସ୍ଫୋରଣରେ ମୃତକ ଓ ଆହତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେନେଇ ଜାଣିବାକୁ ଚାହିଁଛନ୍ତି ଏନ୍‌ଏଚ୍‌ଆରସି ।

ଏପଟେ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ହାଡ, ମାଂସକୁ କଟକ ବଡ଼ ମେଡିକାଲର ଏଫ୍‌ଏମ୍‌ଟି ବିଭାଗକୁ ପଠାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ରିପୋର୍ଟ ଆସିବା ପରେ ଚିହ୍ନଟ ପାଇଁ କୋର୍ଟରେ ଆବେଦନ କରାଯିବ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିହ୍ନଟ ପାଇଁ ଡିଏନ୍‌ଏ ଟେଷ୍ଟ କରିବାକୁ ପଠାଯିବ । ପେଟ୍ରୋଲ ପମ୍ପରୁ ସଂଗ୍ରହ ହୋଇଥିବା ସିସିଟିଭି ଫୁଟେଜକୁ ଫରେନ୍‌ସିକ୍‌ ଲାବରୋଟାରୀକୁ ପଠାଯାଇଥିବା ପୋଲିସ କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.