ଆସିଲା ମୃତ୍ୟୁପୂର୍ବର ଭିଡିଓ, ଏବଂ ମୃତ୍ୟୁ ପାଇଁ ନିକିତାଙ୍କ ପରିବାର ଲୋକ ମଧ୍ୟ ଦାୟୀ କହିଲେ ନଣନ୍ଦ

ଭୁବନେଶ୍ବର (କେନ୍ୟୁଜ୍) : ପଦାକୁ ଆସିଲା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପୂର୍ବର ଭିଡିଓ। ନିକିତାଙ୍କ ନଣନ୍ଦ ସୋନମ ଏହି ଭିଡିଓକୁ ଗଣମାଧ୍ୟମକୁ ଦେଇଛନ୍ତି। ଭିଡିଓଟି ଗୋପାଳପୁର ସ୍ଥିତ ନିକିତାଙ୍କ ଶ୍ୱଶୁର ଘରର ବୋଲି ସେ କହିଛନ୍ତି। ଏହାସହ ସେ ନିକିତାଙ୍କ ବାପଘର ନାଁରେ ସାଂଘାତିକ ଆଣିଛନ୍ତି। ମହାନଦୀ ବିହାର ଘରେ ସେ ଛାତରୁ ଖସି ପଡ଼ିବା ପରେ ନିକିତାଙ୍କୁ ତାଙ୍କ ବାପା ଓ ଲିପନ ଧରି ପକାଇଥିଲେ।

nikita

ତେବେ କିଛି ସମୟ ପରେ ସେ ତଳକୁ ଖସି ପଡ଼ିଥିଲେ ଓ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଭଳି ସ୍ଥଳେ ତାଙ୍କ ପରିବାରକୁ ଫସାଇବାକୁ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସୋନମ। ନିକିତା ମୃତ୍ୟୁ ମାମଲାରେ ଲିପନ ଓ ତାଙ୍କ ପରିବାର ଯଦି ଦାୟୀ ତେବେ ନିକିତାଙ୍କ ପରିବାର ମଧ୍ୟ ଦାୟୀ ବୋଲି ସେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.