ଓଡିଶା ସଂଗୀତ ଜଗତର ବର୍ଷିୟାନ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ୍): ଆଉ ନାହାନ୍ତି ସୁନାମ ଧନ୍ୟ ଗୀତିକାର ନିମାଇଁ ମହାନ୍ତି। ଓଡିଶା ସଂଗୀତ ଜଗତର ବର୍ଷିୟାନ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ । ବାରିପଦାର ପୁରୁଣା ହାଟସାହି ସ୍ଥିତ ବାସଭବନରେ ୭୦ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସୁନାମଧନ୍ୟ ଗୀତିକାରଙ୍କୁ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ଼ ଲାଗିଥିଲା ।

ନିମାଇଁ ଅଶି ଓ ନବେ ଦଶକରେ ଜଣେ ଓଡ଼ିଆ ସଙ୍ଗୀତ ଜଗତର ସୃଜନ ଶିଳ୍ପ ସ୍ରଷ୍ଟା ଓ ସୁନାମ ଧନ୍ୟ ଗୀତିକାର ଥିଲେ । ୧୯୫୩ ମସିହାରେ ବାରିପଦାରେ ସେ ଜନ୍ମଗ୍ରହଣ କରିଥିଲେ । ପିଲାଟି ବେଳରୁ ସେ କଳା କ୍ଷେତ୍ର ସହ ଜଡିତ ଥିଲେ । ମନ ଛୁଆଁ ଗୀତ ରଚନା ସୃଷ୍ଟି କରିବାରେ ସେ ଥିଲେ ଅନନ୍ୟ ଯାଦୁକର ।

ଓଡ଼ିଆ ସଙ୍ଗୀତ ପାଇଁ ଅନେକ ଗୀତ ସୃଷ୍ଟି କରି ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୦ମସିହାରେ ପୁରସ୍କୃତ ହୋଇଥିଲେ । ଏଥି ସହିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିରୁ ପୁରସ୍କୃତ ହେବା ସହ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ମଧ୍ୟ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.