ପୁଣି ଅଶାନ୍ତ ହେଲା ବିଜେବି କଲେଜ, କ୍ୟାମ୍ପସରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଣଛାତ୍ର

କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଗଣ୍ଡଗୋଳ ହୋଇଛି । ସକାଳେ କଲେଜ ଛାତ୍ରମାନେ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ମାନେ ଆସି ଖେଳିବାକୁ କହିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଆମ୍ବେଦକର ହଷ୍ଟେଲ ଭିତରେ ପଶି ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି ଅଣଛାତ୍ର ।

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅଶାନ୍ତ ହେଲା ଭୁବନେଶ୍ୱର ବିଜେବି କଲେଜ । କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଣଛାତ୍ର । ଆକ୍ରମଣରେ ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଗଣ୍ଡଗୋଳ ହୋଇଛି । ସକାଳେ କଲେଜ ଛାତ୍ରମାନେ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ମାନେ ଆସି ଖେଳିବାକୁ କହିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଆମ୍ବେଦକର ହଷ୍ଟେଲ ଭିତରେ ପଶି ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି ଅଣଛାତ୍ର ।

୩ ଜଣ ଛାତ୍ରଙ୍କୁ ୧୫ ଜଣ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ୩ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୪ରୁ ୫ଜଣଙ୍କୁ ଅଟକ ରଖିଛି ବଡଗଡ଼ ପୋଲିସ । ସୁରକ୍ଷା ପାଇଁ ବିଜେବି କଲେଜ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.