Below header

ଗଜପତି: ପାହାଡିଆ ଅଞ୍ଚଳ ନୁହେଁ ମୋହନାର ରାସ୍ତା କଡରେ ମଧ୍ୟ ଗଞ୍ଜେଇ ଚାଷ କଲେଣି ଚାଷୀ, ପଡୁନି ପୋଲିସ କି ଅବକାରୀ ବିଭାଗର ଆଖି

ମୋହନା(କେନ୍ୟୁଜ୍): ଗଞ୍ଜେଇର ଖଣି ପାଲଟିଥିବା ଗଜପତି ଜିଲ୍ଲାରେ ତାଜୁବ କଲା ଭଳି ଛବି। ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରୁଥିବା ପୋଲିସକୁ ଚ୍ୟାଲେଞ୍ଜ କରି ବେଧଡକରେ ରାସ୍ତାକଡରେ ଚାଷ ଚଳାଇଛନ୍ତି ଗଞ୍ଜେଇ ଚାଷୀ।  ଗଜପତି ଜିଲ୍ଲାରେ ଏଭଳି  କିଛି ପାହାଡିଆ ଅଞ୍ଚଳ ଅଛି ଯେଉଁଠାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ କରାଯାଏ।

ଗତ କିଛି ମାସ ତଳେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ହଜାର ହଜାର ହେକ୍ଟର ଗଞ୍ଜେଇ ଚାଷକୁ ପୋଡି ଦିଆଯାଇଥିଲା। କିନ୍ତୁ ଏବେ ଦୁର୍ଗମ ଅଞ୍ଚଳ ପରିବର୍ତ୍ତେ ଏବେ ରାସ୍ତା କଡରେ ମଧ୍ୟ ଚାଷ କରିବାକୁ ପଛାଇନାହାନ୍ତି ଗଞ୍ଜେଇ ଚାଷୀ। ଯାହାର ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକର କିଛି ଗ୍ରାମର ରାସ୍ତା କଡରେ।

ganja farming`

ଏହି ରାସ୍ତା ଦେଇ ପୋଲିସ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ ଅବକାରୀ ବିଭାଗ କର୍ମଚାରୀ ଯାଆସ କରୁଥିଲେ ମଧ୍ୟ କାହା ନଜରରେ ଏ ବେଧଡକ ଗଞ୍ଜେଇ ଚାଷ ଉପରେ ନାହିଁ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ  କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.