ରେଷ୍ଟୁରାଣ୍ଟ ଓ ବାର୍‌ ଉପରୁ ହଟିଲା କଟକଣା, କୋଭିଡ କଟକଣା ମାନି ଗ୍ରାହକ ବସି ଖାଇ ପାରିବେ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ରେଷ୍ଟୁରାଣ୍ଟ ଓ ବାର୍‌ ଖୋଲିବା ଉପରୁ ହଟିଲା କଟକଣା । ଗ୍ରାହକ ବସି ଖାଇ ପାରିବେ । ଏଥିପାଇଁ କୌଣସି କଟକଣା ନାହିଁ । ଅନଲକ୍‌ ୪ରେ ଏସବୁ କ୍ଷେତ୍ରରୁ କଟକଣା ଉଠାଇଛନ୍ତି ସରକାର । ରାଜ୍ୟର ସମସ୍ତ ହୋଟେଲ ଓ ବାର ଆସୋସିଏସନକୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଇଛିି ରାଜ୍ୟ ପର୍ଯ୍ୟଟନ ବିଭାଗ। ତେବେ ରେଷ୍ଟୁରାଣ୍ଟ ଓ ବାରଗୁଡିକ କୋଭିଡ କଟକଣା ମାନିବାକୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.