ମନ୍ତ୍ରୀଙ୍କ ପରେ ବିଜେଡି ସାଂସଦଙ୍କ ପାଳି, ଏବେ ପ୍ରତି ମାସ ୭ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ କାର୍ଡ

ମନ୍ତ୍ରୀଙ୍କ ପରେ ବିଜେଡି ସାଂସଦଙ୍କ ପାଳି। ଅଗଷ୍ଟରୁ ପ୍ରତି ୨ ମାସରେ ଥରେ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦେବେ ବିଜେଡି ସାଂସଦ। ଦଳର ଉଭୟ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଏନେଇ ଚିଠି ଲେଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଦାୟିତ୍ୱ ନିର୍ବାହ, ବିଭିନ୍ନ ପ୍ରସଙ୍ଗ ସଂସଦରେ ଉପସ୍ଥାପନ, ଲୋକଙ୍କ ସମସ୍ୟା ସମାଧାନ ବାବଦରେ ଦଳ ସଭାପତିଙ୍କୁ ରିପୋର୍ଟ ଦେବେ ସାଂସଦ। ଅଗଷ୍ଟ ମାସରୁ ଆରମ୍ଭ କରି ପ୍ରତି ଦୁଇ ମାସରେ ଥରେ ଲିଖିତ ଆକାରରରେ ଅବଗତ କରାଇବାକୁ ନିର୍ଦ୍ଦେଶ ରହିଛି।

ଆହୁରି ପଢନ୍ତୁ: ପ୍ଲାଷ୍ଟିକ ଡ୍ରମ ପାଲଟିଲା ସବାରୀ, ଉଛୁଳା ବଢି ପାଣିରେ ଏମିତି ବିଦା ହେଲା କନ୍ୟା

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତିି, ଏଥର ଲୋକସଭା ଓ ରାଜ୍ୟସଭାରେ ନବାଗତ, ଅଭିଜ୍ଞ ସଦସ୍ୟଙ୍କ ସନ୍ତୁଳନ ରହିଛି। ଯାହା ରାଜ୍ୟର ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ୱାର୍ଥ ସହିତ ରାଜ୍ୟର ସାମଗ୍ରିକ କଲ୍ୟାଣ ଓ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ପାଇଁ ସମାଧାନ ଖୋଜିବାରେ ବେଶ ଦକ୍ଷତା ସହ କାର୍ଯ୍ୟ କରିପାରିବ। ସେହିପରି ନବୀନ କହିଛନ୍ତି, ଉଭୟ ଗୃହରେ ଦଳ ପକ୍ଷରୁ ସାଂସଦମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ବି କରାଯାଇଛି।

ଆହୁରି ପଢନ୍ତୁ: ନଦୀ ସାଜୁଛି ଆସାମର ଦୁଃଖ, ଭୟାବହ ବନ୍ୟାରେ ପରିସ୍ଥିତି ସଙ୍ଗୀନ

ସାଂସଦ ତଥା ପଦାଧିକାରୀ ଭାବରେ ନିଜ ଦାୟିତ୍ୱ ନିର୍ବାହ, ବିଭିନ୍ନ ପ୍ରସଙ୍ଗ ସଂସଦରେ ଉପସ୍ଥାପନ ସହିତ ନିଜ ସଂସଦୀୟ କ୍ଷେତ୍ର ପରିଦର୍ଶନ କରି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ କିଭଳି ଉଦ୍ୟମ କରୁଛନ୍ତି, ସେସମ୍ପର୍କରେ ଅଗଷ୍ଟ ମାସରୁ ଆରମ୍ଭ କରି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦେବେ ସାଂସଦ।

ଆହୁରି ପଢନ୍ତୁ: ଗାଈ ଜଗୁଆଳଙ୍କ ପୁଅ ହେଲେ ଟପ୍ପର, ଆଗକୁ ପଢ଼ିବାକୁ ସହାୟତା ଲୋଡ଼ା

ଏହାର ସମୀକ୍ଷା କରି ବିଭିନ୍ନ ପ୍ରସଙ୍ଗରେ ମତାମତ ରଖିବି ବୋଲି ମୁଖ୍ୟମନ୍ତ୍ରୀ ଚିଠି ଲେଖି ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ମନ୍ତ୍ର ଦେଇଥିଲେ। ନିଜ ଅଂଚଳର ଲୋକଙ୍କ ସମସ୍ୟା ସମାଧାନ କରିବା ସହ ସରଳ ଜୀବନ ଯାପନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବରୁ ଅଫିସରମାନଙ୍କୁ ଉତ୍ତରଦାୟିତ୍ୱ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀମାନଙ୍କୁ ପ୍ରତି ମାସ ୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ୫ଟି କୁ ଗୁରୁତର ସହ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.