Below header

ଦିବ୍ୟାଙ୍ଗ ଯୁବକ ଆତ୍ମାହୂତି ମାମଲାରେ କାର୍ଯ୍ୟାନୁଷ୍ଠାନ: ନୂଆପଡ଼ା ତହସିଲଦାର ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ୍‌ । ଗତକାଲି ନୂଆପଡ଼ା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଲ୍ୟାଣପୁର ଗାଁର ଦିବ୍ୟାଙ୍ଗ ଜଗଦୀଶ ଚୌହାନ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

ନୂଆପଡା(କେନ୍ୟୁଜ୍): ନୂଆପଡ଼ା ତହସିଲଦାର ନିଲମ୍ବିତ । ଦିବ୍ୟାଙ୍ଗ ଯୁବକ ଆତ୍ମାହୂତି ମାମଲାରେ କାର୍ଯ୍ୟାନୁଷ୍ଠାନ । ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ୍‌ । ଗତକାଲି ନୂଆପଡ଼ା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଲ୍ୟାଣପୁର ଗାଁର ଦିବ୍ୟାଙ୍ଗ ଜଗଦୀଶ ଚୌହାନ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ଅନୁଯାୟୀ, ନିଜ ଭାଗର ୧୬ ଡିସମିଲ ଜମି ବିକ୍ରି ପାଇଁ ନୂଆପଡା ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ ଜଗଦୀଶ । ହେଲେ ନୂଆପଡା ତହସିଲଦାର ଜମି ବିକ୍ରି ପରମିଶନ ଦେବାରେ ବାରମ୍ବାର ହଇରାଣ କରୁଥିଲେ । ଗତକାଲି ଆବେଦନକାରୀ ଜଗଦୀଶ ପୁନର୍ବାର ନିଜର ଜମି ବିକିବାକୁ ପରମିସନ ପାଇଁ ତହସିଲଦାରଙ୍କୁ ଭେଟିବାକୁ ଆସିଥିଲେ l ହେଲେ ନୂଆପଡା ତହସିଲଦାର ଜମି ପରମିସନ ଦେବାକୁ ମନା କରିଦେଇଥିଲେ l ଫଳରେ ଜଗଦୀଶ ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଦେଇଥିଲେ । ଜଗଦୀଶଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.