ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ! ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଭୁବନେଶ୍ୱର (କେନ୍ୟୁଜ): ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ । କାରଣ ମେ’ ୧୮ ତାରିଖରେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ପାସ ହାର ଅଧିକ ହୋଇଥିଲା । ତାଙ୍କ କହିବା ଅନୁସାରେ ଯଦି ଆବଶ୍ୟକ ହୁଏ ତେବେ ଏହି +୨ ସିଟ୍ ସଂଖ୍ୟା ବଢିବ ।

ସୂଚନା ଅନୁଯାୟୀ, ଆଜି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ‘ ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ ସେଠାରେ ସିଟ୍ ସଂଖ୍ୟା ବଢାଯିବ’ । ଏବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ ଏପରି ଚିନ୍ତା ବଢିଛି । ପାସ ହାର ଅଧିକ ଥିବାରୁ ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତଥ୍ୟ ଅନୁସାରେ ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି । କିନ୍ତୁ ଯୁକ୍ତ କଲେଜରେ ପ୍ରଥମ ବର୍ଷ ପାଇଁ ଅଛି ୫ଲକ୍ଷ ୯ହଜାର ସିଟ୍ । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସିଟ୍ ବଢ଼ାଇ ପାରନ୍ତି ରାଜ୍ୟ ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.