ଆଜିଠାରୁ କର୍ଣ୍ଣାଟକରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା । ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଏବଂ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଉତ୍ସବରେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଯୋଗ ଦେଇଛନ୍ତି ।
ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେଇଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଥାଓ୍ଵର ଚାନ୍ଦ ଗେହଲଟ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ । ଅନ୍ୟ ୮ ଜଣ ମନ୍ତ୍ରୀ ବି ଶପଥ ନେଇଥିଲେ । ଜି. ପରମେଶ୍ୱର, ଏମ.ବି. ପାଟିଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ, ରାମଲିଙ୍ଗା ରେଡ୍ଡି ଓ କେ.କେ ଜର୍ଜଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ଶପଥ ଗ୍ରହଣ ଉତ୍ସବରେ ରାହୁଳ ଓ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଅଛନ୍ତି ।
ଏହି ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଓ ପିଡିପି ମୁଖ୍ୟ ମେହେବୁବା ମୁଫ୍ତୀଙ୍କ ସମେତ ଏମଏନଏମ ମୁଖ୍ୟ ତଥା ସିନେ ଅଭିନେତା କମଲ ହାସନ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି ଶପଥ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଛନ୍ତି ।
Newly-elected Karnataka government of eight ministers, led by CM Siddaramaiah with DK Shivakumar as his Deputy, took oath in Bengaluru today. pic.twitter.com/3oYrHpMtpO
— ANI (@ANI) May 20, 2023
ସୂଚନାଯୋଗ୍ୟ, କର୍ଣ୍ଣାଟକରେ ସରକାର ଗଠନକୁ ନେଇ ଅନେକ ଦ୍ୱନ୍ଦ୍ୱ ହୋଇଥିଲା। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୁଇ ପ୍ରମୁଖ ନେତା ସିଦ୍ଦରମୈୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟ କନ୍ଦଳ ସୃଷ୍ଟି ହୋଇଥିଲା । ତେଣୁକରି ୨ ଦିନ ପୂର୍ବରୁ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ବାତିଲ ହୋଇଥିଲା । ତେବେ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ଏମାନଙ୍କୁ ବୁଝାଇବା ପରେ ସବୁକିଛି ସମାଧାନ ହୋଇଥିଲା ।
#WATCH | Opposition leaders display their show of unity at the swearing-in ceremony of the newly-elected Karnataka government, in Bengaluru. pic.twitter.com/H1pNMeoeEC
— ANI (@ANI) May 20, 2023