ଟ୍ଵିଟରରେ ଅପଲୋଡ ହେବ ୨ ଘଣ୍ଟାର ଭିଡିଓ, ୟୁଜର କମେଣ୍ଟରେ ଲେଖିଲେ ‘welcome to Tweetube’
ଟ୍ଵିଟରରେ ଅପଲୋଡ ହେବ ୨ ଘଣ୍ଟାର ଭିଡିଓ । ଟ୍ଵିଟର ସିଇଓ ଏଲନ ମସ୍କ ଏହି ଘୋଷଣା କରିଛନ୍ତି । ଭେରିଫାଏଡ ୟୁଜର ଏଥର ୨ ଘଣ୍ଟାର ଲମ୍ବା ଭିଡିଓ ଅପଲୋଡ କରିପାରିବେ । ସର୍ବାଧିକ ୮ ଜିବି ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ ୟୁଜର ।
କେନ୍ୟୁଜ୍(ବ୍ୟୁରୋ): ଏଣିକି ଟ୍ଵିଟରରେ ଅପଲୋଡ ହେବ ୨ ଘଣ୍ଟାର ଭିଡିଓ । ଗୁୁରୁବାର ଟ୍ଵିଟର ସିଇଓ ଏଲନ ମସ୍କ ଏହି ଘୋଷଣା କରିଛନ୍ତି । ଏହି ମାଇକ୍ରୋବ୍ଲଗିଂ ସାଇଟର ଭେରିଫାଏଡ ୟୁଜର ଏଥର ୨ ଘଣ୍ଟାର ଲମ୍ବା ଭିଡିଓ ଅପଲୋଡ କରିପାରିବେ । ମସ୍କ ଟ୍ଵିଟକରି ଏହି ସୂଚନା ଦେଇଛନ୍ତି । ସର୍ବାଧିକ ୮ ଜିବି ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ ୟୁଜର । ମସ୍କ ଟ୍ଵିଟକରି ଲେଖିଛନ୍ତି ଟ୍ଵିଟର ବ୍ଲୁ ଭେରିଫାଏଡ ସବସ୍କ୍ରାଇବର ବର୍ତ୍ତମାନଠୁ ଦୁଇଘଣ୍ଟାର ଭିଡିଓ ଅପଲୋଡ କରିପାରିବେ କିନ୍ତୁ ଏହା ସର୍ବାଧିକ ୮ ଜିବି ହୋଇଥିବା ଆବଶ୍ୟକ ।
Twitter Blue Verified subscribers can now upload 2 hour videos (8GB)!
— Elon Musk (@elonmusk) May 18, 2023
ଟ୍ଵିଟର ଏହାର ପେଡ୍ ପ୍ଲାନରେ କିଛିଟା ପରିବର୍ତ୍ତନ କରିଛି । ଏହା ପୂର୍ବରୁ ଥିବା ୬୦ ମିନିଟ ଲିମିଟକୁ ୧୨୦ ମିନିଟକୁ ବୃଦ୍ଧି କରିଛି । ଏହାସହ ଟ୍ଵିଟର ଏହାର ବ୍ଲୁ ପେଜ୍କୁ ମୋଡିଫାଏଡ କରିଛି । ପେଡ୍ ୟୁଜରଙ୍କ ପାଇଁ ଭିଡିଓ ଫାଇଲ ସାଇଜକୁ ୨ଜିବିରୁ ୮ଜିବିକୁ ବୃଦ୍ଧି କରିଛି । ପୂର୍ବରୁ କେବଳ େଓ୍ଵବରେ ଲମ୍ବା ଭିଡିଓ ଅପଲୋଡ କରିବା ସମ୍ଭବ ହେଉଥିଲା । ଏବେ ଏହା ଆଇଓଏସ ଆପ୍ଲିକେସନରେ ମଧ୍ୟ ହୋଇପାରିବ । ଏଥିରେ ୧୦୮୦ ପିକ୍ସେଲର ଭିଡିଓ ଅପଲୋଡ ହୋଇ ପାରିବ ।
ମସ୍କଙ୍କ ଏହି ଟ୍ଵିଟପରେ ୟୁଜରଙ୍କ କମେଣ୍ଟ ଦେଖିବାକୁ ମିଳିଥିଲା । ଜଣେ ୟୁଜର ଲେଖିଥିଲେ ‘Twitter is the new Netflix’, ଆଉଜଣେ ୟୁଜର ଲେଖିଥିଲେ ‘welcome to Tweetube’ ।